ଦାଦାବଟିକୁ ନେଇ କେନ୍ଦ୍ରାପଡା ଗୁଳି ଚାଳନା

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଦାଦା ବଟିକୁ ନେଇ କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ରଣପଡ଼ା ଓ ଟାଉନ ହାଇସ୍କୁଲ ପଡିଆରେ ଆଜି ସନ୍ଧ୍ୟାରେ ୧୦ ରାଉଣ୍ଡ ଗୁଳି ଚାଳନା ହୋଇଛି। ଏକ ନିର୍ଦ୍ଦିଷ୍ଟ ଅପରାଧୀ ଗୋଷ୍ଠୀର ସଦସ୍ୟମାନେ ଏହି ଗୁଳି ଚଳାଇଥିବା ଜଣାପଡିଛି। ଖବର ନେବାରୁ ଜଣାପଡିଛି ଯେ ରଣପଡ଼ାରେ ଏକ ମସ୍‌ଜିଦର ଉନ୍ନତିକରଣ କାର୍ଯ୍ୟ ଚାଲିଛି। ଏହାର ନିର୍ମାଣ ଦାୟିତ୍ୱ ଜଣେ କାଉନସିଲର ନେଇଛନ୍ତି। କାଉନସିଲରଙ୍କ ଶଳା କାମ ବୁଝାବୁଝି କରୁଛନ୍ତି। ଅପରାଧୀ ଗୋଷ୍ଠୀର ସଦସ୍ୟମାନେ କାଉନସିଲରଙ୍କ ଶଳାକୁ ଦାଦା ବଟି ମାଗିଥିଲେ। ହେଲେ ସେ କହିଥିଲେ କାଉନସିଲର ତଥା ତାଙ୍କ ଭିଣୋଇକୁ ବଟି ମାଗିବା ପାଇଁ। ଏଥିରେ ଉତ୍ତ୍ୟକ୍ତ ହୋଇ ଅପରାଧୀ ଗୋଷ୍ଠୀର ସଦସ୍ୟ ଜଣକ ପ୍ରଥମେ ରଣପଡ଼ା ମସଜିଦ ନିକଟରେ ଭୂମିକୁ ଲକ୍ଷ କରି ୫ ରାଉଣ୍ଡ ଗୁଳି ଚଇାଥିଲେ। ଏହାପରେ ସେ ନିକଟସ୍ଥ ଟାଉନ ହାଇସ୍କୁଲ ପଡ଼ିଆକୁ ଯାଇ ସେଠାରେ କାଉନସିଲର ଛିଡା ହୋଇଥିବା ସନ୍ଦେହ କରି ଯୁବକ ଜଣକ ସେଠାରେ ମଧ୍ୟ ଭୂମିକୁ ଲକ୍ଷ କରି ଆଉ ୫ ରାଉଣ୍ଡ ଗୁଳି ଚଳାଇଥିଲେ। କାଉନସିଲର ଓ ତାଙ୍କ ଶଳାଙ୍କୁ ଭୟଭୀତ କରିବା ପାଇଁ ଅପରାଧୀ ଗୋଷ୍ଠୀର ଯୁବକ ଜଣକ ଏହି ଗୁଳି ଚାଳନା କରିଥିବା ପୋଲିସ କହିଛି। ଘଟଣା ଘଟିବା ପରେ କେନ୍ଦ୍ରାପଡ଼ା ଟାଉନ୍ ଥାନା ପୋଲିସ ଓ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଖୋଖା ଜବତ କରିଛନ୍ତି। ଗୁଳି ଚଳାଇଥିବା ସନ୍ଦେହରେ ପୋଲିସ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏଠାରେ ସୂଚନା ଯୋଗ୍ୟ ଯେ ସଂଖ୍ୟାଲଘୁ ସଂପ୍ରଦାୟର ଏକ ପର୍ବ ଚାଲିଥିବାରୁ ସାରା ସହରର ବିଭିନ୍ନ ଛକରେ ପୋଲିସ ବଳ ମୃତୟନ ହୋଇଛନ୍ତିି। ଏହାସତ୍ତ୍ୱେ ଅପରାଧୀମାନେ ଗୁଳି ଚଳାଇବା ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ସହରରେ ଉତ୍ତେଜନା ଲାଗି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ