ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବଂଶଧାରା ନଦୀ ଉପର ମୁଣ୍ଡରେ ଆନିକଟ ନିର୍ମାଣ ଦାବୀ ଉଠଇଲା ଏବିଭିପି
ଗୁଣପୁର,(ୱାଇଏନଏସ): ଭୁବନେଶ୍ୱର ଠାରେ ଆୟୋଜିତ ଏ ବି ଭି ପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅବସରରେରେ ଗୁଣପୁର ଶାଖା କର୍ମକର୍ତା ମାନେ ଓଡ଼ିଆର ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝିଙ୍କୁ ସାକ୍ଷାତ କରି ବଂଶଧାରା ଉପରମୁଣ୍ଡ ରେ ଆନିକଟ ନିର୍ମାଣ ପାଇଁ ଦ୍ବିତୀୟ ଥର ପାଇଁ ଦାବୀ ଉପସ୍ଥାପନ କରିଛନ୍ତି l ବଂଶଧରା ଅବବାହିକା ସୁରକ୍ଷା ସମିତି କାର୍ଯ୍ୟକାରୀ ସଭାପତି ଅକ୍ଷୟ ଦାଶ ଙ୍କ ନେତୃତ୍ୱରେ ସମିତି ସଦସ୍ୟ ତଥା ଏବିଭିପି ର ବିଭାଗ ପ୍ରମୁଖ ଉମା ଦାଶ, ପୂର୍ବତନ ଜିଲ୍ଲା ସଂଯୋଜକ ଭି.ସତୀଶ କୁମାର, ଚିନ୍ମୟ ପାଣିଗ୍ରାହୀ ,ପୂର୍ବତନ ଜିଲ୍ଲା ପ୍ରମୁଖ ଆଶୁତୋଷ ବରାଳ କାର୍ଯ୍ୟାଳୟ ସମ୍ପାଦକ ବି. ରବି କୁମାର, ନଗର ସଭାପତି ଲକ୍ଷ୍ମୀ ମାହାକୁଡ଼, ପୂର୍ବତନ ଜିଲ୍ଲା ସହ ପ୍ରମୁଖ ରାଜେଶ ପାଢ଼ୀ ,ଦୀପକ ପଟନାୟକ, ଦୀନେଶ ଅଧିକାରୀ,ରାଷ୍ଟ୍ରୀୟ ସ୍ଵୟଂ ସେବକ ଦେବବ୍ରତ ଆଚାର୍ଯ୍ୟ ଓ ଶିବ ପ୍ରସାଦ ଡାକୁଆ ପ୍ରମୁଖ ବଂଶଧାରା ଜଳ ଆନିକଟ ଦାବିପତ୍ର, ଗେଜେଟ ପ୍ରକାଶନ କପି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଚଳିତ ମାସ ରାୟଗଡା ଗ୍ରସ୍ତ ସମୟରେ ମଧ୍ୟ ଗୁଣପୁର ଅଞ୍ଚଳରୁ ଅନୁରୂପ ଦାବୀ ଉପସ୍ଥାପନ କଥା ଦୋହରାଇଥିଲେ l ମୁଖ୍ୟମନ୍ତ୍ରୀ ମଧ୍ୟ ଚିରାଚରିତ ଢଙ୍ଗରେ ଏହା ଉପରେ ଅନୁଧ୍ୟାନ ଛାଲିଛି, ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ l


