ହରପ୍ରିୟା ମାଉସୀଙ୍କ କର୍ମ ପାଇଁ ନବଜ୍ୟୋତି ପଟ୍ଟନାୟକଙ୍କ ଆର୍ଥିକ ସହାୟତା

ବାଲେଶ୍ବର(ସରୋଜ ପଣ୍ଡା): ଗତ ୨୨ ତାରିଖ ଦିନ ମାଣିଖମ୍ବ ଅଞ୍ଚଳର ହରପ୍ରିୟା ଦେ ତଥା ବାଲେଶ୍ୱର ସହରର ଜଣେ ପରିଚିତ ବ୍ୟକ୍ତିତ୍ୱ ହର ମାଉସୀଙ୍କ ଦେହାନ୍ତ ଘଟିଥିଲା। ମୃତ୍ୟୁ ବେଳକୁ ହରପ୍ରିୟା ମାଉସୀଙ୍କ ବୟସ ୯୦ ବର୍ଷ ପହଞ୍ଚିଥିଲା। ବୟସର ଅପରାହ୍ନରେ ପହଂଚିଥିଲେ ମଧ୍ୟ ସେ ନିଜେ ଏକ ଛୋଟ ପାନ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ, କାହା ଉପରେ ନିର୍ଭରଶୀଳ ନଥିଲେ। ତାଙ୍କର ଜଣେ ସ୍ୱାଭିମାନ, ଧୈର୍ଯ୍ୟ ଓ ପରିଶ୍ରମ ଆଗାମୀ ପିଢ଼ିଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ। ତାଙ୍କର ଏକାଦଶାହ ପରିପ୍ରେକ୍ଷୀରେ ଯୁବନେତା ନବଜ୍ୟୋତି ପଟ୍ଟନାୟକଙ୍କ ତରଫରୁ ଆର୍ଥିକ ସହାୟତା ହରପ୍ରିୟା ମାଉସୀଙ୍କ ପରିବାରକୁ ଯୋଗାଇ ଦିଆଯାଇଛି। ଆଜି ତାଙ୍କ ଏକାଦଶାହ ରେ ପ୍ରଦେଶ ଛାତ୍ର କଂଗ୍ରେସର ପୂର୍ବତନ ଉପସଭାପତି ଗୌତମ ସାହୁଙ୍କ ସମେତ ବାଲେଶ୍ୱର ଛାତ୍ର କଂଗ୍ରେସର କର୍ମୀ ନବପ୍ରସାଦ ଭୂୟାଁ, ଆଲୋକ ମାଝୀ, ସୌରଭ ବେହେରା ଓ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର କଂଗ୍ରେସ ନେତା ଅମ୍ରିତ ସ୍ପନ୍ଦନ ବେହେରା ଓ ବିଶ୍ୱରଞ୍ଜନ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ନବଜ୍ୟୋତି ପଟ୍ଟନାୟକଙ୍କ ତରଫରୁ ସହାୟତା ରାଶି ପ୍ରଦାନ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ହରପ୍ରିୟା ମାଉସୀଙ୍କ ନିକଟରେ ସରକାରୀ ଘର ଖଣ୍ଡେ ମିଳି ନଥିବାରୁ ମୁଣ୍ଡ ଗୁଞ୍ଜିବାକୁ ଯେତେବେଳେ ସେ ଦହଗଞ୍ଜ ହେଉଥିଲେ, ଏ ସଂକ୍ରାନ୍ତରେ ନବଜ୍ୟୋତି ପଟ୍ଟନାୟକ ଖବର ପାଇ ଛାତ୍ର କଂଗ୍ରେସ କର୍ମୀଙ୍କ ଦ୍ୱାରା ହରପ୍ରିୟା ମାଉସୀଙ୍କ ପାଇଁ ଏକ ଆଜବେଷ୍ଟସ ଘର ତିଆରି କରାଇ ଦେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ