ବାରଙ୍ଗ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ ଘଟଣା; ବଦଳିଲେ ଆଇଆଇସି

କଟକ, (ଓ୍ବାଇଏନଏସ): କଟକ ବାରଙ୍ଗ ଥାନାରେ ରାକେଶ ବେହେରାଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ ଘଟଣା । ବଦଳିଲେ ବାରଙ୍ଗ ଥାନା ଆଇଆଇସି ନିରଞ୍ଜନ ବେହେରା। ବର୍ତ୍ତମାନ ବାରଙ୍ଗ ଥାନା ଆଇଆଇସି ଦାୟିତ୍ୱରେ ରହିବେ ପୁରୀଘାଟ ଥାନା ଅଧିକାରୀ ବିଶ୍ୱ ରଞ୍ଜନ ନାୟକ। ସେପଟେ ଗୁରୁତର ଆହତ ରାକେଶ ବେହେରା ଓରଫ ମୁନା କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଛି । ତାରିଖରେ ରାକେଶ ସ୍ତ୍ରୀ ନିଖୋଜ ନେଇ ବାରଙ୍ଗ ଥାନାରେ ଅଭିଯୋଗ କରିବାକୁ ଆସିଥିଲେ। ୨୨ ତାରିଖରେ କାଠଯୋଡ଼ି ନଦୀପଠାରୁ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ମୃତଦେହ ଚିହ୍ନଟ ପାଇଁ ପୁଲିସ ରାକେଶଙ୍କୁ ଥାନାକୁ ଡାକିଥିଲା। ହେଲେ ମୃତଦେହ ସ୍ତ୍ରୀଙ୍କ ନୁହେଁ ବୋଲି କହିବା ପରେ ରାକେଶଙ୍କୁ ବାରଙ୍ଗ ଥାନାରେ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ