ସମ୍ବର୍ଦ୍ଧିିତ ହେଲେ ମେଧାବୀ ଛାତ୍ରୀ ସ୍ମୀତି
ଆସିକା (ୱାଇଏନ୍ଏସ୍): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ବାଣିଜ୍ୟ, କଳା, ବିଜ୍ଞାନ, ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି । ଏହି ପରୀକ୍ଷାରେ ଆସିକା ନିରଞ୍ଜନ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମେଧାବୀ ଛାତ୍ରୀ ସ୍ମୀତି ବିଶ୍ୱାଳ ଯୁକ୍ତ ଦୁଇ କଳା ପାଠ୍ୟକ୍ରମରେ ନିଜ ଶିକ୍ଷାନୁଷ୍ଠାନସ୍ତରରେ ଟପ୍ପର ହୋଇ ଆସିକା ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଥିବା ଜଣାପଡିଛି । ଆସିକା ନିରଞ୍ଜନ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ କଳା ପାଠ୍ୟକ୍ରମରେ ଟପ୍ପର ହୋଇଥିବା ମେଧାବୀ ଛାତ୍ରୀ ସ୍ମୀତି ବିଶ୍ୱାଳଙ୍କୁ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସାଙ୍ଗକୁ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ମେଧାବୀ ଛାତ୍ରୀ ସ୍ମୀତି ବିଶ୍ୱାଳଙ୍କ ଏହି ଉଲ୍ଲେଖନୀୟ ତଥା ଅତୁଳନୀୟ ସଫଳତା ପାଇଁ ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁ ପ୍ରଶଂସା କରିବା ସାଙ୍ଗକୁ ଶିକ୍ଷାର ସ୍ମୃହାକୁ ଉଦ୍ଜିବୀତ କରିରଖିବାକୁ ପରାମର୍ଶ ଦେବା ସହ ପାଠପଢାରେ ନିଷ୍ଠା, ଏକାଗ୍ରତା ଓ ପରିଶ୍ରମ ରହିଲେ ସଫଳତା ସହଜ ହେବ ବୋଲି ପ୍ରକାଶ କରିଥିଲେ । ଯୁକ୍ତ ଦୁଇ କଳା ପାଠ୍ୟକ୍ରମରେ ଆସିକା ନିରଞ୍ଜନ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟସ୍ତରରେ ଟପ୍ପର ହୋଇଥିବା ମେଧାବୀ ଛାତ୍ରୀ ସ୍ମୀତି ବିଶ୍ୱାଳଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ଚଢେୟାପଲ୍ଲୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଜୟସେନ ସ୍ୱାଇଁ, ଆସିକା ଏନ୍ଏସି କାଉନସିଲର ନିଗମାନନ୍ଦ ରାଉତ, ନଗର ବିଜେଡି ସଭାପତି ଏମ୍.ତାରିଣୀ ସେନାପତି, ଯୁବ ବିଜେଡି ନେତା ଜିତେନ୍ଦ୍ର କୁମାର ମହାରଣା, ବରିଷ୍ଠ ବିଜେଡି ନେତା ରବିନ୍ଦ୍ର ସାହୁ, ସମାଜସେବୀ ସନାତନ ବିଶ୍ୱାଳଙ୍କ ସମେତ ବହୁ ସଚେତନ ନାଗରିକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


