ବିଶ୍ୱ ତମାଖୁ ବର୍ଜନ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା): ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ସ୍ବେଛାସେବୀ ଅନୁଷ୍ଠାନ ମେ ଆଇ ହେଲ୍ପ ୟୁ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ସୂର୍ଯ୍ୟଜିତ ରାଉତରାୟ ତମାଖୁ ସେବନ ଦ୍ୱାରା କର୍କଟ, ହୃଦ ରୋଗ ଭଳି ମାରାତ୍ମକ ରୋଗ ହୋଇଥାଏ. ଓ ଏଥିପାଇଁ ବ୍ୟାପକ ସଚେତନତା ଆବଶ୍ୟକ ବୋଲି କହିଥିଲେ । ଏ ବର୍ଷ ର ବାର୍ତ୍ତା ତମାଖୁ ଓ ନିକୋଟିନ ନିଶା ପ୍ରତି ଆକର୍ଷଣ ସୃଷ୍ଟି କରୁଥିବା ଶିଳ୍ପକୁ ନିୟନ୍ତ୍ରଣ କରିବା, ନିଶାମୁକ୍ତ ସମାଜ ଗଢିବା ଏବଂ ତମାଖୁ ବର୍ଜନ ପାଇଁ ସଚେତନତା କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ପ୍ରବନ୍ଧକ ଅଣ ସଂକ୍ରମକ ରୋଗ ମୌସୁମୀ ସାମଲ ପ୍ରମୁଖ ତମାଖୁ ବର୍ଜନ ସମ୍ପର୍କ ରେ ଆଲୋଚନା କରିଥିଲେ । ଏହି ଅବସରରେ ତମାଖୁ ବର୍ଜନ ପାଇଁ ଶପଥ ପାଠ କରାଯାଇଥିଲା । ତମାଖୁ ବର୍ଜନ ସମ୍ପର୍କରେ ଏକ ସଚେତନତା ଶୋଭାଯାତ୍ରା ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମେ ଆଇ ହେଲ୍ପ ୟୁ ର ସ୍ରମ୍ପାଦକ ଶ୍ରୀଯୁକ୍ତ ଉଵାଚକ ମହାନ୍ତି, ସସ୍ମିତା ମହାନ୍ତି, ଅନୁପମା ଦାଶ, ସୁସ୍ମିତା ଦାସମଙ୍ଗରାଜ ଓ ଦମୟନ୍ତୀ ଶତପଥୀ ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।


