ବାଲେଶ୍ୱର ସହରର ମଣ୍ଡଳବଜାରରେ ନିର୍ମିତ ହେବ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ

ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ୱର ସହରର ସାମଗ୍ରିକ ବିକାଶ ଦିଗରେ ବିଧାୟକ ମାନସ କୁମାର ଦତ୍ତଙ୍କ ନିରନ୍ତର ପ୍ରୟାସ ସଫଳ ରୂପ ନେବାରେ ଆଗକୁ ବଢି ଚାଲିଛି । ଏହିକ୍ରମରେ ବିଧାୟକ ଶ୍ରୀ ଦତ୍ତଙ୍କ ପ୍ରଚେଷ୍ଟାରେ ସହରର ବିକାଶଧାରା ସହିତ ନୂତନ ଫର୍ଦ୍ଦ ଯୋଡିବାକୁ ଯାଉଛି ଅତ୍ୟାଧୁନିକ ସୁବିଧା ସୁଯୋଗ ସମ୍ପନ୍ନ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଯୋଜନା । ପ୍ରାୟ ୭କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ସ୍ଥାନୀୟ ମଣ୍ଡଳବଜାରରେ ନିର୍ମିତ ହେବ ଏହି ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ । ମୁଖ୍ୟମନ୍ତ୍ରୀ ସହରୀ ବିକାଶ ବାଲେଶ୍ୱର ପୌରପାଳିକା ପକ୍ଷରୁ ପ୍ରସ୍ତାବିତ ଏହି ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ଯୋଜନା ପାଇଁ ଅର୍ଥ ମଞ୍ଜୁର ପରେ ଟେଣ୍ଡର ପ୍ରକ୍ରିୟା ଚାଲିଛି । ଖୁବଶ୍ରୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଏ ନେଇ ବିଧାୟକ ଶ୍ରୀ ଦତ୍ତ ମଣ୍ଡଳବଜାର ଠାରେ ପହଂଚି ପୌରାଧ୍ୟକ୍ଷା ସବିତା ସାହୁଙ୍କ ଉପସ୍ଥିତିରେ ପୌର ଅଧିକାରୀ ଓ ପୌରଯନ୍ତ୍ରୀଙ୍କ ସହ ପ୍ରକଳ୍ପର ସମୀକ୍ଷା କରିଥିଲେ । ଏହା ସହିତ ସ୍ଥାନୀୟ ବ୍ୟବସାୟୀଙ୍କ ସହ ବଜାରର ଉନ୍ନତି ସମ୍ପର୍କରେ ସେ ଆଲୋଚନା କରିଥିଲେ । ମଣ୍ଡଳବଜାରରେ ଦୀର୍ଘ ବର୍ଷ ଧରି ବ୍ୟବସାୟିକ କାର୍ଯ୍ୟକଳାପ ମାଧ୍ୟମରେ ବାଲେଶ୍ୱର ସହରର ଅର୍ଥନୈତିକ ବିକାଶରେ ପ୍ରମୁଖ ଅବଦାନ ରଖିଥିବା ବ୍ୟବସାୟୀଙ୍କୁ ଅଧିକ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି । ଏଥି ନିମନ୍ତେ ମଣ୍ଡଳବଜାରର ଜରାଜୀର୍ଣ୍ଣ ଦୋକାନ ଘରଗୁଡିକୁ ଭାଙ୍ଗି ବହୁତଳ ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣର ଯୋଜନା କରାଯାଇଛି । ଏଥିରେ ଦୋକାନ ଘର ସହିତ ଅନ୍ୟାନ୍ୟ ଆର୍ଥିକ କାରବାର ପାଇଁ ଭିତ୍ତିଭୂମୀ ସୃଷ୍ଟି କରାଯିବ । ବିଶେଷ ଭାବେ ଗ୍ରାହକମାନଙ୍କ ପାଇଁ ଏକ ସ୍ୱଚ୍ଛ ଓ ସୁବିଧାଜନକ ପରିବେଶ ସୃଷ୍ଟି କରାଯିବ ବୋଲି ବିଧାୟକ ଶ୍ରୀ ଦତ୍ତ ଏହି ଅବସରରେ ପ୍ରକାଶ କରିଛନ୍ତି । ସ୍ଥାନୀୟ ଅଂଚଳର ବିକାଶ ଏବଂ ବ୍ୟବସାୟୀ ଭାଇଭଉଣୀମାନଙ୍କ କଲ୍ୟାଣ ଦିଗରେ ରାଜ୍ୟର ଲୋକଙ୍କ ସରକାର ସର୍ବଦା ପ୍ରତିବଦ୍ଧ ରହିଛନ୍ତି ବୋଲି ସେ କହିଛନ୍ତି । ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିରିୟଲ ଶୁଭ୍ର ପଟେଲ ଓ ପୌରଯନ୍ତ୍ରୀ ସୀମାଂଚଳ ମିଶ୍ର ଏହି ପ୍ରକଳ୍ପର ବହୁମୁଖୀ ଦିଗ ଏବଂ ଉପଲବ୍ଧ ହେବାକୁ ଥିବା ସୁବିଧା ସମ୍ପର୍କରେ ବିଧାୟକଙ୍କୁ ମ୍ୟାପ, ଗ୍ରାଫ ଓ ଥ୍ରିଡି ଡିଜାଇନ ମାଧ୍ୟମରେ ଅବଗତ କର।।ଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୌରାଙ୍ଗ ଦାସ, ସୁଜିତ ଦେବ, ନିତ୍ୟଗୋପାଳ ସିଂହ, ସନ୍ତୋଷ ଦେ, ଲୋକନାଥ ଭୂୟାଁ, ମନ୍ମଥ ବେହେରା, ଯୋଗେନ ରଣା, ମନୋରଞ୍ଜନ ନନ୍ଦି, ଅଶୋକ ଦାସ, ସୁକୁମାର ଦେ, ବିଜୟ ପୃଷ୍ଟି, ଜୟନ୍ତ ସେଠି, ତପନ ନନ୍ଦୀ ସଂଜୀବ ପ୍ରଧାନ, ଭଜମୋହନ ପଣ୍ଡା, ଶ୍ରୀନାଥ ରଣା, ଗୌତମ ବାରିକ ପ୍ରମୁଖ ଏହି ସମୟରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ