ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ହାଟଡିହି , (ଓ୍ବାଇଏନଏସ) : ହାଟଡିହି ବ୍ଲକ ଷଡ଼ଙ୍ଗ ପି.ଏମ.ଶ୍ରୀ ଉଚ୍ଚ ବିଦ୍ୟାଳୟର ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆ ଯାଇଛି। କଳିଗାଁ ପି.ଏମ.ଶ୍ରୀ କପିଳେଶ୍ୱର ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ପଲେଇଙ୍କୁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦୋନ୍ନତି ଦିଆଯାଇ ଷଡ଼ଙ୍ଗ ପି.ଏମ.ଶ୍ରୀ ଆର. ବି ଉଚ୍ଚ ବିଦ୍ୟାଳୟର ନିୟମିତ ପଧାନ ଶିକ୍ଷକ ଭାବେ ନିଯୁକ୍ତି ଦିଆ ଯାଇଛି। ଜିଲ୍ଲା ଶିକ୍ଷା ଅଧୂକାରୀଙ୍କ କାର୍ଯ୍ୟାଳୟ ପତ୍ର ନଂ୬୪୧୩ ତା ୦୪/୦୬/୨୦୨୬ ରେ ନିର୍ଦେଶ ମିଳିବା ପରେ ମୃତ୍ୟୁଞ୍ଜୟ ପଲେଇ ବିଦ୍ୟାଳୟରେ ପହଞ୍ଚି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲୋକନାଥ ଦାସଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀଯୁକ୍ତ ପଲେଇ ପ୍ରଧାନଶିକ୍ଷକ ଦାୟିତ୍ୱ ଗ୍ରହଣ କରିବା ପରେ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ, ସ୍କୁଲ ଚେୟାରମ୍ୟାନ ଅଶୋକ ବେହେରା, ଅଜୟ ବେହେରା, ବିଭୁତି ଭୂଷଣ ଶାସିନୀ, ପୂର୍ବତନ ପ୍ରଧାନ ଶିକ୍ଷକ ବୃନ୍ଦାବନ ମଲ୍ଲିକ, ସିଆରସିସି ରାଜେନ୍ଦ୍ର ବଳ, ଶିକ୍ଷକ ରତିକାନ୍ତ ପଣ୍ଡା, ଭଗବାନ ସେଠୀ, ଶ୍ରୀକାନ୍ତ ଦାସ, ସ୍ବର୍ଣ୍ଣ ମଞ୍ଜରୀ ସା, ମହାମାୟା ସାମନ୍ତରାୟ, ପୂଜାସ୍ମିତା ଜେନା, କିଶୋର କୁମାର ପାଣିଗ୍ରାହୀ, ଦିପ୍ତୀରଂଜନ ପଣ୍ଡା, ଜଗବନ୍ଧୁ ପଢ଼ିଆରୀ, କୃଷ୍ଣ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହି ନୂତନ ପ୍ରଧାନ ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ତାଙ୍କ ଯୋଗଦାନ ବିଦ୍ୟାଳୟର ଶୈଖିକ ଓ ସହଶୈଖିକ କାର୍ଯ୍ୟକ୍ରମର ସୂଚାରୁରୂପେ ସମ୍ପାଦନ ସହିତ ଶିକ୍ଷାଦାନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ମତବ୍ୟକ୍ତ କରିଛନ୍ତି।


