ବିଜେଡି ପକ୍ଷରୁ ସ୍ୱତନ୍ତ୍ର ସଘନ ସଂଶୋଧନ କର୍ମଶାଳା
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ପାଟକୁରା ବିଜେଡି ପକ୍ଷରୁ ଗରଦପୁର ବ୍ଲକର କଳାବୁଦା ସ୍ଥିତ ମହାଲକ୍ଷ୍ମୀ ମଣ୍ଡପରେ ସ୍ୱତନ୍ତ୍ର ଭୋଟର ସଘନ ସଂଶୋଧନ ସମ୍ବଦ୍ଧିୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୁବ ବିଜେଡି ସଭାପତି ତଥା ପାଟକୁରା ବିଜେଡି ନେତା ରାଜେଶ୍ ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି କର୍ମଶାଳାରେ ବିଜୁ ଜନତା ଦଳର ରାଜ୍ୟ ମୁଖପାତ୍ର ତୁମ୍ବନାଥ ପଣ୍ଡା ଯୋଗଦେଇ ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରାବାସୀଙ୍କୁ ଦେଇଥିବା ବାର୍ତ୍ତା ଗଣତନ୍ତ୍ରରେ ଭୋଟର ଭାଇ ଭଉଣୀ ମାନଙ୍କ ଅଧିକାର ଓ ସୁରକ୍ଷା ସର୍ବୋପରି ପାଟକୁରାବାସୀ ବିଜେଡି ସହିତ ରହିବା ପାଇଁ ନିବେଦନ କରିଛନ୍ତି ବୋଲି ପାଠ କରିଥିଲେ। ଏହାଛଡା ତାଙ୍କ ବକ୍ତବ୍ୟରେ ବିଜେଡିର ପ୍ରତ୍ୟେକ ବୁଥ୍ ସ୍ଥରରେ ନିଯୁକ୍ତ ହୋଇଥିବା ଏଜେଣ୍ଟମାନଙ୍କୁ ପ୍ରଶିକ୍ଷଣ ଦେବା ସହ ଶାସକ ବିଜେପି ଯେଉଁଭଳି ଭାବେ ପକ୍ଷପାତିତା କରି ବିଭିନ୍ନ ଆଳ ଦେଖାଇ ଅନ୍ୟ ଦଳର ଭୋଟରକୁ ତାଲିକାଭୁକ୍ତ ନକରିବା ସହ ବିଶେଷକରି ବିଜୁଜନତା ଦଳ ଭୋଟର ମାନେ କିଭଳି ଅଳ୍ପସଂଖ୍ୟକ ଭାବେ ପଞ୍ଜିକୃତ ହୋଇ ପାରିବେ ସେଥିପାଇଁ ଶାସକ ଦଳ ପ୍ରୟାସ କରୁଛି। ତେଣୁ ବିଜେଡିର ବିଏଲଏମାନେ ଜାଗ୍ରତ ରହିବା ପାଇଁ ନିବେଦନ କରିଥିଲେ। ଏହି ପ୍ରଶିକ୍ଷଣ କର୍ମଶାଳାରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶିବପ୍ରସାଦ ଭଳ ଯୋଗଦେଇ ଏସ,ଆଇ,ଆର ପ୍ରକ୍ରିୟାରେ ଯେଭଳି ନିଜର ଏବଂ ନିଜ ପରିବାରର ନାମ ଭୋଟର ତାଲିକାରେ ସୁରକ୍ଷିତ ବା ବଜାୟ ରହିବ ସେ ବିଷୟରେ ଆଲୋଚନା ରଖିଥଲେ। ଏହାବ୍ୟତୀତ ଭୋଟର ତାଲିକାର ପୁନଃ ଯାଞ୍ଚ, ମୃତ ଏବଂ ସ୍ଥାନାନ୍ତରିତ ଭୋଟରଙ୍କୁ ବାଦ ଦେବା ସହିତ ନୂତନ ଭୋଟରଙ୍କୁ ଯୋଡିବାରେ ବୁଥ୍ ସ୍ତରୀୟ ପ୍ରତିନିଧି ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ ବୋଲି କହିଥିଲେ। ଏଣୁ ବିଜେଡି ପକ୍ଷରୁ ପ୍ରତ୍ୟେକ ବୁଥ୍ର ଏଜେଣ୍ଟ ମାନେ ଏହି ସଂଶୋଧନ ପ୍ରକ୍ରିୟା ଉପରେ କଡା ନଜର ରଖିବାକୁ ଦଳର ନେତା ନବୀନ ପଟ୍ଟନାୟକ ଦେଇଥିବା ନିର୍ଦେଶକୁ ସମସ୍ତ ଏଜେଣ୍ଟ ଗୁରୁତ୍ୱର ସହ ପାଳନ କରିବା ପାଇଁ କହିଥିଲେ। ଏହି କର୍ମଶାଳାରେ ଗରଦପୁର ବ୍ଲକର ୧୨୩ ଓ ମାର୍ଶାଘାଇ ବ୍ଲକର ୩୯ ଟି ବୁଥ୍ର ପ୍ରତିନିଧି ମାନେ ଯୋଗଦେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂପାଦକ ଦେବାଶିଷ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ରଥ, ଅରବିନ୍ଦ ମଲ୍ଲିକ, ସତ୍ୟାନନ୍ଦ ରାଉତ, ଏଲିଜା ସ୍ୱାଇଁ, ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପ୍ରମୋଦ ସାମଲ, ରବୀନ୍ଦ୍ରନାଥ ମହାନ୍ତି, ପ୍ରଫୁଲ୍ଲ ସିଂ, ଅମୀୟ ପରିଜା, ଅରୁଣ ନାୟକ, ଅଭୟ ମଲ୍ଲ, ଭଗବାନ ଜେନା, ପ୍ରତାପ ପାଣି, ନାରୀନେତ୍ରୀ ସୁଜାତା ମିଶ୍ର, ମାଧବ ସାହୁ, ରଞ୍ଜନ ତ୍ରିପାଠୀ, ଅଭିଷେକ ସେଠୀ, କମଳପ୍ରସାଦ ହରିଚନ୍ଦନ, ରାକେଶ ସେଠୀ, ଗୈାରବ ସାହୁଙ୍କ ସମେତ ସମସ୍ତ ବୁଥର ବିଏଲଏ ମାନେ ଉପସ୍ଥିତ ଥିଲେ। ଶେଷରେ ପ୍ରହ୍ଲାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


