ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର

ବନ୍ତ,(ଚାନ୍ଦିନୀ ମହାନ୍ତି) : ସୋମବାର ଭଦ୍ରକ ଜିଲା ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୯୮ଟି ଅଭିଯୋଗ ଆସିଥିଲା । ସେଥିମଧ୍ୟରେ ୬୮ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଥିବା ବେଳେ ୨୭ଟି ଗ୍ରାମୀଣ ସମସ୍ୟା ଏବଂ ୩ଟି ରେଡ୍ କ୍ରସ ଅଧିନସ୍ଥ ଅଭିଯୋଗ ରହିଥିଲା । ଜିଲା ରେଡ୍ କ୍ରସ ପାଣ୍ଠି ମାଧ୍ୟମରେ ୩ ଜଣ ଅଭିଯୋଗକାରୀଙ୍କୁ ମୋଟ ୯ ହଜାର ଟଙ୍କା ମଞ୍ଜୁର କରାଯାଇଥିଲା । ଏହି ଜନ ଅଭିଯୋଗ ଶୁଣାଣୀରେ ଜିଲାପାଳ ଦୀଲିପ ରାଉତରାଏ, ଜିଲା ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ଉପ ଜିଲାପାଳ ସୌରଭ ଚକ୍ରବର୍ତ୍ତୀ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୋଦ ପ୍ରହରାଜ, ବିଡିଓ ସୀତାକାନ୍ତ ରାଉତ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର ସାରା ହେମ୍ବ୍ରମ, ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ମହାନ୍ତି, ବିଇଓ ସୁକୀର୍ତ୍ତୀ କର, ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକ ହୃଦୟ ରଞ୍ଜନ ଜେନା, ବ୍ଲକ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧା ସୁମନ ନାଥ, ଜଳ ସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସେଠୀ, ବିଏସଏସଓ ପ୍ରକାଶ ସାହୁ, ସିଡିପିଓ ଆଲାଦି ମାରାଣ୍ଡି, ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରା, ଜିପିଡିଓ ସୂଚୀସ୍ମିତା ବାରିକ, ବ୍ଲକ ଯୋଗାଣ ଅଧିକାରୀ ଶୁଭଶ୍ରୀ ଶୁକ୍ଳା, ବ୍ଲକ କୃଷି ଅଧିକାରୀ ତୁଷାରକାନ୍ତ ପତିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ସୀତାକାନ୍ତ ଭୂୟାଁ ପଞ୍ଜୀକରଣ ଦାୟୀତ୍ୱ ତୁୁଲାଇଥିବା ବେଳେ ମିତ୍ରଭାନୁ ସ୍ୱାଇଁ, ରତ୍ନାକର ଜେନା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ