ରାଜ୍ୟ ସ୍ତରୀୟ ଶିକ୍ଷା ଶିବିର ଉଦ୍ଯାପିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ସେଣ୍ଢତୀରା ଠାରେ ସିପିଆଇ ପକ୍ଷରୁ ଗତ ୪ ତାରିଖ ଠାରୁ ଚାଲିଥିବା ସାଥୀ ଗୋବିନ୍ଦ ଚନ୍ଦ୍ର ମହାନ୍ତି ସ୍ମାରକୀ ରାଜ୍ୟ ସ୍ତରୀୟ ଶିକ୍ଷା ଶିବିର ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି । ଉଦ୍ଘାଟନୀ ଦିବସରେ ଜିଲା ସମ୍ପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି ସଭାପତିତ୍ୱ କରିଥିଲେ । ଏଥିରେ ରାଜ୍ୟ ସମ୍ପାଦକ ଡ.ପ୍ରଶାନ୍ତ କୁମାର ମିଶ୍ର, ସହ ସମ୍ପାଦକ ଜୟନ୍ତ ଦାସ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଦାମୋଦର ବେହେରା, ରମଣୀ ରଞ୍ଜନ ରାଉତରାୟ, ଖୋର୍ଦ୍ଧା ଜିଲା ସମ୍ପାଦକ ଅମୀୟ କୁମାର ପଟ୍ଟନାୟକ, ଭଦ୍ରକ ଜିଲା ସହ ସମ୍ପାଦକ ରମେଶ ଚନ୍ଦ୍ର ଜେନା, ବିମ୍ବାଧର ବାରିକ, ଜୋନ୍ ସମ୍ପାଦକ ଗୋପବନ୍ଧୁ ସେଠୀ, ଫକୀର ଚରଣ ବିଶ୍ୱାଳ, ରାଜ୍ୟ ନାରୀ ନେତ୍ରୀ ବନଲତା ଜେନା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ୧୪ ଜିଲାର ଜିଲା ସମ୍ପାଦକ, ସହ ସମ୍ପାଦକ, ବିଭିନ୍ନ ଜୋନ୍ କମିଟି ଓ ଜିଲାର ଶତାଧିକ ଆଗୁଆ ସାଥୀ ମାନେ ଯୋଗ ଦେଇଥିଲେ । ଏଥିରେ ଶିକ୍ଷକ ଭାବେ ଭାଗବତ ପ୍ରତିହାରୀ, ଡ.ଅମୀୟ କୁମାର ମହାନ୍ତି, ପ୍ରଫେସର ମାନସ ବେହେରା, ରାଜ୍ୟ ସମ୍ପାଦକ ଡ.ପ୍ରଶାନ୍ତ କୁମାର ମିଶ୍ର, ରାଜ୍ୟ ନେତା ତଥା ଗଞ୍ଜାମ ଜିଲା ସମ୍ପାଦକ ଶ୍ରୀହର୍ଷ ରଥ ଯୋଗ ଦେଇ କମ୍ୟୁନିଷ୍ଟ ପାର୍ଟିର ଆଦର୍ଶଗତ ମାର୍କସବାଦୀ ଦର୍ଶନ, ରାଜନୈତିକ ଅର୍ଥନୀତି, କମ୍ୟୁନିଷ୍ଟ ପାର୍ଟିର ଇତିହାସ, ଜାତୀୟ ଓ ଆନ୍ତର୍ଜାତୀୟ ରାଜନୈତିକ ପରିସ୍ଥିତି, ସିପିଆଇର ଦୃଷ୍ଟିଭଙ୍ଗୀ ଓ କାର୍ଯ୍ୟଧାରା, ପାର୍ଟି ସଙ୍ଗଠନ ଓ ଆନ୍ଦୋଳନ ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥିଲେ । ଉଦ୍ଯାପନୀ ସମାରୋହରେ ରାଜ୍ୟ ସମ୍ପାଦକ ଡ.ପ୍ରଶାନ୍ତ କୁମାର ମିଶ୍ର ସଭାପତିତ୍ୱ କରିଥିଲେ । ଏଥିରେ ରାଜ୍ୟ ସହ ସମ୍ପାଦକ ଜୟନ୍ତ ଦାସ, ଭଦ୍ରକ ଜିଲା ସମ୍ପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ବନ୍ତ ଜୋନ୍ ସମ୍ପାଦକ ଗୋପବନ୍ଧୁ ସେଠୀ, ଫକୀର ଚରଣ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ବିଭିନ୍ନ ଜିଲାରୁ ଆସିଥିବା ଶିକ୍ଷାର୍ଥୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଶିବିର ପରିଚାଳନାରେ ଭାସ୍କର ଚନ୍ଦ୍ର ବେହେରା, ଦୀଲିପ କୁମାର ନାୟକ, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ଶାଖା କମିଟି ସମ୍ପାଦକ ଅରବିନ୍ଦ ବିଶ୍ୱାଳ, ହରେକୃଷ୍ଣ ସାମଲ, ପ୍ରଫୁଲ୍ଲ କୁମାର ନାୟକ, ଗୌରହରି ମିଶ୍ର, ନାରାୟଣ ତ୍ରିପାଠୀ, ଆଲୋକ କୁମାର ପହି, ଧନେଶ୍ୱର ଜେନା, ରବିନ୍ଦ୍ର ସେଠୀ, ନିରଞ୍ଜନ ସେଠୀ, ଭରତ ଚନ୍ଦ୍ର ସେନାପତି, ଅର୍ଜ୍ଜୁନ ପେଡା, ରାଧେଶ୍ୟାମ ଖଣ୍ଡାଇ, କଲିମୁଲ୍ଲା ଖାଁ, ଶତୃଘ୍ନ ବିଶ୍ୱାଳ, ସୁବାଷ ବାରିକ, ପୂର୍ଣ୍ଣ ଚନ୍ଦ୍ର ଗାହାଣଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।


