ଜିଲ୍ଲା ବିଜେପିର ସାଙ୍ଗଠନିକ ବୈଠକ
ବାଲେଶ୍ବର (ସରୋଜ ପଣ୍ଡା) ଆଜି ପୂର୍ବାହ୍ନ ରେ ସ୍ଥାନୀୟ ବିବେକାନନ୍ଦ ମାର୍ଗ ସ୍ଥିତ ଆତିଥ୍ୟ ଭବନରେ ଜିଲ୍ଲା ବିଜେପି ପକ୍ଷରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି, କେନ୍ଦ୍ର ସରକାରଙ୍କ ୧୨ବର୍ଷ ଓ ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ବିଜେପି ସଭାପତି ଈଶ୍ୱର ଚନ୍ଦ୍ର ବେହେରା ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ବୈଠକ ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ରହି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯଥା କ୍ରମେ ୧୨ ଓ ୨ୟ ବର୍ଷର ସଫଳତା ର ବାର୍ତ୍ତା ରଖିଥିଲେ, ବିଶେଷ କରି ବିଜେପି ଶାସନକୁ ଆସିବା ପାଇଁ ସମସ୍ତ ଦେବ ଦୁର୍ଲଭ କାର୍ଯ୍ୟକର୍ତ୍ତା ଙ୍କ ଆପ୍ରାଣ ଉଦ୍ୟମ, ଚେ଼ଷ୍ଟା କୁ ଧନ୍ୟବାଦ୍ ଦେଇଥିଲେ , ବିଗତ ସରକାର୍ କୁ ସମଗ୍ର ଓଡ଼ିଶା ବାସୀ ପ୍ରତ୍ୟାଖ୍ୟାନ କରିବା ସହ ବିଜେପି ସରକାର ଆଗାମୀ ଦିନରେ କିପରି ଅଧିକ ଦିନ ରହି ଶାସନ କରିବ ସେ ବିଷୟ ରେ କଥା ରଖିଥିଲେ ସାଂସଦ ଶ୍ରଯୁକ୍ତ ଷଡ଼ଙ୍ଗୀ। ସେହି ପରି ଭାବରେ ଆଗାମୀ ଦିନରେ କିପରି ସମସ୍ତ କର୍ମକର୍ତ୍ତା ମାନେ ସମସ୍ତ ପଞ୍ଚାୟତ ରେ ବିଭିନ୍ନ କାର୍ଯ୍ୟକ୍ରମ କରି ଲୋକଙ୍କୁ ସରକାର ର ସଫଳତା ଜଣାଇବେ ସେ ବିଷୟରେ ସେଠାରେ ଅନ୍ୟ ନେତ୍ରୁ ବୃନ୍ଦ ଆଲୋଚନା କରିଥିଲେ। ବିଶେଷକରି ଯୁବ ସମାବେଶ, ମହିଳା ସମାବେଶ, ବୁଦ୍ଧିଜୀବୀ ସମ୍ମୀଳନୀ, ଉପଭୋକ୍ତା ସମ୍ମିଳନୀ, ସାମ୍ବାଦିକ ସମ୍ମିଳନୀ, ପ୍ରଦର୍ଶନୀ, ବୃକ୍ଷ ରୋପଣ, କୃଷି ଉପରେ କର୍ମଶାଳା ଇତ୍ୟାଦି ସମଗ୍ର ଜିଲ୍ଲାରେ ଆୟୋଜିତ ହେବ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି ତଥା ଉତ୍ତର ବାଲେଶ୍ୱର ପ୍ରଭାରୀ ଉମାକାନ୍ତ ମହାପାତ୍ର,ରାଜ୍ୟ ଉପ ସଭାପତି ସିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟା ସୁଷମା ରାଣୀ ବିଶ୍ୱାଳ, ମମତା ମହାପାତ୍ର,ରାଜ୍ୟ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଇଂ ରବୀନ୍ଦ୍ର କୁମାର ଜେନା, ରାଜ୍ଯ ସରକାରଙ୍କ ଉପ ମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ପ୍ରମୂଖ ମଞ୍ଚାସିନ ଥିଲେ, କାର୍ଯ୍ୟକ୍ରମ ଆରମ୍ଭ ରେ ଜିଲ୍ଲା ବିଜେପି ସମ୍ପାଦକ ରାଜେଶ ମହାପାତ୍ର ମଞ୍ଚ ଆହ୍ବାନ କରିଥିବା ବେଳେ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ମଞ୍ଚ ପରିଚାଳନା କରିଥିଲେ ଶେଷରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଡଃ ଅଣୁ ମାଧବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ, ସେହିପରି ଜିଲ୍ଲା ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ନନ୍ଦ, ଜିଲ୍ଲା ଗଣ ମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ରାଜ୍ଯ ପେନାଲିଷ୍ଟ ବିଭୂପଦ ଦାସ ,ଜିଲ୍ଲା ଉପ ସଭାପତି ଗୌରାଙ୍ଗ ଚରଣ ଦାସ,ବିଜୟ ସାହୁ ଙ୍କ ସମେତ ସମସ୍ତ ଜିଲ୍ଲା ପଦାଧିକାରୀ,ସମସ୍ତ ମୋର୍ଚ୍ଚା ସଭାପତି, ସମସ୍ତ ମଣ୍ଡଳ ସଭାପତି ଓ ମଣ୍ଡଳ ପ୍ରଭାରୀ ପ୍ରମୁଖ ଉପସ୍ଥିତ ଥିଲେ


