ପ୍ରାଥମିକ କୃଷି ସମବାୟ ସମିତିରେ ମୁଗମଣ୍ଡି ଉଦଘାଟିତ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ବ୍ଲକ ଅଧିନ ଭରତପୁର ପ୍ରାଥମିକ କୃଷି ସମବାୟ ସମିତିରେ ମୁଗମଣ୍ଡି ଉଦଘାଟିତ ହୋଇଯାଇଛି। କଟକ କେନ୍ଦ୍ର ସମବାୟ ବ୍ୟାଙ୍କର କେନ୍ଦ୍ରାପଡା ଶାଖା ପରିଚାଳକ ତାପସ ପ୍ରସାଦ ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ମଣ୍ଡିକୁ ଉଦଘାଟନ କରିଥିଲେ। ଏହି ମଣ୍ଡିରେ ସରକାରଙ୍କ ପକ୍ଷରୁ ମୁଗ, ବିରି, ସୂର୍ଯ୍ୟମୁଖୀ, ଚିନାବାଦାମ ଓ ସୋରିଷ ପ୍ରଭୃତି ଫସଲ ଚାଷୀମାନଙ୍କ ଠାରୁ ସରକାରୀ ସହାୟକ ମୂଲ୍ୟରେ କିଣାଯିବ। ମୁଗର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୮ହଜାର ୭୬୮ଟଙ୍କା ରହିଥିବା ବେଳେ ସୂର୍ଯ୍ୟମୁଖୀ ୭ହଜାର ୭୨୧, ଚିନାବାଦାମ ୭ହଜାର ୨୬୩, ବିରି ୭ହଜାର ୮ଶହ ଓ ସୋରିଷ ୭ହଜାର ୨ଶହ ଟଙ୍କା ରହିଛି। ମଣ୍ଡିକୁ ଆସୁଥିବା ଚାଷୀମାନଙ୍କ ବିଭିନ୍ନ ସମସ୍ୟା ପ୍ରତି ଆବଶ୍ୟକ ଧ୍ୟାନ ଦେବାକୁ ସମିତିକୁ ପରାମର୍ଶ ଦିଆଯାଇଥିଲା। ଏହି ଉତ୍ସବରେ ସମିତି ସଭାପତି ବସନ୍ତ କୁମାର ରାଉତ, ଉପସଭାପତି ମମତା ଜେନା, ନିର୍ଦ୍ଦେଶକ ଶାରଦା ପ୍ରସନ୍ନ ରାଉତ, ଶ୍ରୀଧର ସାମଲ, ଅକ୍ଷୟ କୁମାର ମନ୍ତ୍ରୀ, କିଶୋର ଜେନା, ଗୈାରାଙ୍ଗ ଲେଙ୍କା, ଜ୍ଞାନ ପ୍ରସନ୍ନ ରାଉତ, ଅଗସ୍ତି ସେଣ, ସନ୍ତୋଷ କୁମାର ଦାସ, ପ୍ରସନ୍ନ କୁମାର ମଲ୍ଲିକ, ବିଶ୍ୱଜିତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସମିତି ସମ୍ପାଦକ ସୁବୋଧ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ