‘କଥା ସରୀତରେ ଗୀତି ତରଙ୍ଗ’ ପୁସ୍ତକ ଉନ୍ମୋଚିତ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ସଢା ପଞ୍ଚାୟତ ମିଠିଗାଁ ଠାରେକବୟିତ୍ରୀ ଅନ୍ନପୂର୍ଣ୍ଣା ଜେନାଙ୍କ ଲିଖିତ ‘କଥା ସରୀତରେ ଗୀତି ତରଙ୍ଗ’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ବରିଷ୍ଠ ସାହିତ୍ୟିକ ତଥା କବି ଚତୁର୍ଭୁଜ ପହିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ପାଲା ଗାୟକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ଆନନ୍ଦପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ, ସମ୍ମାନିତ ଅତିଥି ଭାବେ ଗଣେଶ ପ୍ରସାଦ କରଶର୍ମା, କୀର୍ତ୍ତନ ଚରଣ ନାୟକ, ଜଗନ୍ନାଥ ପାତ୍ର, ମୋହନ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଦୃଢ଼ ଇଛାଶକ୍ତି ହିଁ ସଫଳତା ପାଇଁ ଆଗକୁ ବାଟ କଢାଏ ବୋଲି ମତବ୍ୟକ୍ତ କରିଥିଲେ। ଯାହାକି ଅନ୍ନପୂର୍ଣ୍ଣା ଜେନାଙ୍କ ଭଳି ଗ୍ରାମାଞ୍ଚଳର ଜଣେ ଗୃହିଣୀ ପରିବାର ଜଂଜାଳ ଭିତରେ ରହି ମଧ୍ୟ ଜଗନ୍ନାଥଙ୍କ ଉଦେଶ୍ୟରେ ଅନେକ କବିତାକୁ ଏହି ପୁସ୍ତକ ମାଧ୍ୟମରେ ପରି ପ୍ରକାଶ କରିପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ କବି ଦାଶରଥି ଜେନା ଓ ରମାକାନ୍ତ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ନାରାୟଣ ସାହୁ, ହେମନ୍ତ ନାୟକ, ନରହରି ପାତ୍ର, ଶଙ୍ଖାଳି ଚରଣ ରାଉଳ, ରବି ନାରାୟଣ ବିଶ୍ୱାଳ, ଜ୍ୟୋସ୍ନା ସାହୁ, ବିଜୟା ବେହେରା, ହରିହର ସାମଲ, ପ୍ରତାପ ସେଠୀ, ଉମା ମଣି ପାଢ଼ୀ, ଭାଗବତ ସାହୁ, କୃଷ୍ଣ ଚନ୍ଦ୍ର ପଣ୍ଡା, ଶିବ ନାରାୟଣ ବିଶ୍ୱାଳ, ଅନନ୍ତ ମୁଦୁଲି, କୈଳାସ ବେହେରା, କୃପାସିନ୍ଧୁ ପଣ୍ଡିତ ପ୍ରମୁଖ କବି ଓ କବୟିତ୍ରୀ ମାନେ ନିଜ ନିଜ ସ୍ୱରଚିତ କବିତା ଆବୃତ୍ତି ଜରିଥିଲେ। ବିଜୟ କୁମାର ଧଳ ମଞ୍ଚ ଆବାହନ କରିଥିବା ବେଳେ ରମାକାନ୍ତ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ। ସୂର୍ଯ୍ୟ ନାରାୟଣ ଜେନା, ଜ୍ୟୋତି ରଞ୍ଜନ ଜେନା, ଦେବଶ୍ବରୀ ଜେନା, ସସ୍ମିତା ଜେନା, ଶାଶ୍ଵତୀ ଜେନା, ମଳୟ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


