ନୂତନ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟରେ ଯୋଗଦାନ

ଆରଡ଼ି , (ଆଲୋକ ଚନ୍ଦ୍ର ନାୟକ ) : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ମଠଡିହ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବୁଧବାର ନୂତନ ପ୍ରଧାନ ଶିକ୍ଷକ ସାକ୍ଲା ଫାତୁ ସୋରେନ ଆନୁଷ୍ଠାନିକ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବନିତା ପୃଷ୍ଟି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅମରେନ୍ଦ୍ର ବିଶ୍ବାଳ, ପଞ୍ଚସଖା ଶିକ୍ଷାସେତୁ କମିଟିର ସଭାପତି ଦୀପ୍ତି ରଞ୍ଜନ ନାୟକ, ସଭ୍ୟ ଦେବେନ୍ଦ୍ର ନାଥ ବିଶ୍ବାଳ, ସିଆରସିସି ଦିଲ୍ଲୀପ ଶେଖର ନାୟକ, ବରିଷ୍ଠ ଶିକ୍ଷକ ରଞ୍ଜିବ କୁମାର ରାଉତ, ଉପସ୍ଥିତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ପ୍ରଧାନ ଶିକ୍ଷକଙ୍କୁ ଫୁଲତୋଡା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟର ଗୌରବ ବଜାୟ ରଖିବା ସହ ଛାତ୍ରଛାତ୍ରୀ ଙ୍କ ଭାଗ୍ୟ ଗଠନ ଦିଗରେ ଆପ୍ରାଣ ଉଦ୍ୟମ କରିବେ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ସୋରେନ କହିଥିଲେ । ସୂଚନାଯୋଗ୍ୟକି ବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ଧରି ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ