ବୁଲିଲା ସ୍ୱିପ ସଚେତନତା ରଥ
ଛତ୍ରପୁର (ଓ୍ବାଇଏନଏସ): ରାଜ୍ୟରେ ଏକ ସ୍ୱଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୂତ କରିବା ଲକ୍ଷ୍ୟରେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ(ଏସଆଇଆର) ପକ୍ରିୟା ଜାରି ରହିଛି । ଏହା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଛତ୍ରପୁର ଉପଜିଲାପାଳ କାର୍ଯ୍ୟାଳୟ ପରିସରରୁ ଏକ ସ୍ୱିପ (ପଦ୍ଧତିଗତ ଭୋଟର ଶିକ୍ଷା ଏବଂ ନିର୍ବାଚନୀ ଅଂଶ ଗ୍ରହଣ ) ରଥର ଶୁଭଉଦଘାଟନ କରାଯାଇଛି । ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲାପାଳ( ରାଜସ୍ୱ )ଦେବଦତ୍ତ ପଣ୍ଡା ପତକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଏହି ରଥ ଛତ୍ରପୁର ଉପଖଣ୍ଡର ସମସ୍ତ ପଚାଂୟତ ବୁଲି ଲୋକଙ୍କୁ ଏସଆଇଆର ସଂପର୍କରେ କରିବ ସଚେତନତା । ଏହି ରଥ ମାଧ୍ୟମରେ ସାଧାରଣ ଜନତାଙ୍କୁ ଭୋଟର ତାଲିକା ସଂଶୋଧନ ସମେତ ନୂତନ ଭୋଟରଙ୍କ ନାମ ପଞ୍ଜିକରଣ, ଅଯୋଗ୍ୟଙ୍କୁ ବାଦ ଦେବା , ମୃତ୍ୟୁ ବ୍ୟକ୍ତିଙ୍କ ନାମ ବାଦ , ନକଲି ନାମ ଗୁଡିକୁ ଚିହ୍ନଟ କରି ତାଲିକାରୁ ବାଦ ସହ ତାଲିକାରେ ଥିବା ତ୍ରୁଟି ସଂଶୋଧନ ଉପରେ ଏହି ରଥ ଦ୍ୱାରା ପ୍ରଚାର କରାଯିବ । ବର୍ତମାନ ବିଏଲଓ ମାନେ ଘରକୁ ଘର ଯାଇ ଦୁଇଟି ଲେଖାଏଁ ପରିଗଣନା ଫର୍ମ ଦେବେ ପକ୍ରିୟା ଆରମ୍ଭ କରିଛନ୍ତି ପୂରଣ ହୋଇଥିବା ଫର୍ମର ଗୋଟିଏ ନକଲ ବିଏଲଓ ସଂଗ୍ରହ କରିବେ । ସେମାନଙ୍କୁ ସମସ୍ତ ଜନସାଧାରଣମାନେ ସହଯୋଗର କାମନା କରିଥିଲେ ଅତିରିକ୍ତ ଜିଲାପାଳ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳ,ଅତିରିକ୍ତ ଉପଜିଲ୍ଲାପାଳ ପାର୍ଥ ସାରଥୀ ହାଁସଦା ଓ ଡେପୁଟିକଲେକ୍ଟର ରବୀନ୍ଦ୍ର ମିଶ୍ର ଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ


