ଆଗକୁ ଆରମ୍ଭ ହେବ ପହିଲି ରଜ: ଆଧୁନିକତାର ଛାପରେ ହଜିଯାଉଛି ରଜଦୋଳି ପରମ୍ପରା

ଆସିକା(ୱାଇଏନ୍‍ଏସ୍‍): ଆସନ୍ତା ୧୪ତାରିଖ ରବିବାର ଠାରୁ ଆରମ୍ଭ ହେବ ପହିଲି ରଜ । ସେଥିପାଇଁ ଉତ୍ସବମୁଖର ହେବାରେ ଲାଗିଛି ଆସିକାର ବିଭିନ୍ନ ଗ୍ରାମାଞ୍ଚଳ । ତେବେ ବିଗତ କିଛି ବର୍ଷ ହେଲା ନାନା କାରଣରୁ ଫିକା ପଡୁଛି ରଜ ମଉଜ। ଆଧୁନିକତାର ଛାପରେ ଅଧିକାଂଶ ଅଞ୍ଚଳରେ ସେହି ପାରମ୍ପରିକ ଦୋଳି ହଜିଯାଇଛି। ତଥାପି ଲୋକେ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ରଜ ପର୍ବରେ ଦୋଳି ଖେଳିଥାନ୍ତି। ଆଧୁନିକତାର ଛାପରେ ବିଲୁପ୍ତର ଦ୍ୱାରଦେଶରେ ପହଞ୍ଚିବାରେ ଲାଗିଛି ସେହି ଅତୀତର ପୁରୁଣା ପରମ୍ପରା ଓ ଫିକା ପଡୁଛି ରଜମଉଜ। ଓଡିଆ ପରମ୍ପରା ଓ ସଂସ୍କୃôତର ଗଣପର୍ବ ରଜ ପାଇଁ ଗାଁ ଠୁ ସହର ଯାଏଁ ଉତ୍କଣ୍ଠା ଓ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର କେତେକ ଆଗ୍ରହୀ ମହିଳା କିଭଳି ପାରମ୍ପରିକ ରଜପର୍ବକୁ ପାଳନ କରିବେ ସେଥିଲାଗି ଯୋଜନା ମଧ୍ୟ ପ୍ରସ୍ତୁତ କରୁଥିବା ଶୁଣିବାକୁ ମିଳୁଛି । ଗଣପର୍ବ ରଜ ଆସିଲେ ଆଗଭଳି ଆଉ ସେ ସରାଗ ଦେଖିବାକୁ ମିଳୁନାହିଁ । ମହ ମହ ବାସିଲା ଭଳି ରଜପର୍ବରେ ପୋଡପିଠା ସମସ୍ତଙ୍କ ଘରେ ପ୍ରାୟତଃ ହେଉନି କି ରଜଦୋଳି ବି ଲାଗୁନି । ଏହି ପରମ୍ପରାକୁ ଭୁଲିଯିବା ଶୁଭ ଲକ୍ଷ୍ୟଣ ନୁହେଁ ବୋଲି କେତେକ ମହଲରେ ଆଲୋଚିତ ହେଉଛି । ରଜପର୍ବରେ “ ବନସ୍ତେ ଡାକିଲା ରଜ, ବରଷକେ ଥରେ ଆସିଛି ରଜ” ଏଭଳି ଭଳିକି ଭଳି ଗୀତ ଆଉ ପୂର୍ବପରି ପ୍ରାୟତଃ ଶୁଣିବାକୁ ମିଳୁ ନାହିଁ। ଗାଁ ଆମ୍ବ ତୋଟାରେ ଆଉ ଦୋଳି ବନ୍ଧା ହେଉ ନାହିଁ। ବାଳିକା ମାନେ ଆଉ ଦଳ ଦଳ ହୋଇ ରଜ ଦୋଳି ଖେଳ ମଜା ନେଉ ନାହାଁନ୍ତି। ପୋଡ ପିଠା ହଜି ଗଲାଣି। ମିଠା ପାନ ଏବେ ସାତ ସପନ। ଆଧୁନିକତାର ଛାପରେ ହଜିଗଲାଣି ପରମ୍ପରା। ଏବେ କେବଳ ନାମକୁ ମାତ୍ର ପାଳିତ ହେଉଛି ରଜ ଉତ୍ସବ। କେବଳ ରଜ ପର୍ବ ନୁହେଁ ଅନେକ ଓଡିଆ ପର୍ବ ପର୍ବାଣୀ ଏବେ ଧିରେ ଧିରେ ମୌଳିକତା ହରାଇଲାଣି। ବର୍ତ୍ତମାନର ଆଧୁନକତାର ଛାପରେ ରଜ ପର୍ବର ମଉଜ ଦେଖିବାକୁ ମିଳୁନି। ଦିନ ଥିଲା ରଜ ପର୍ବରେ ଆସିକା ସହର ତଥାର ଏହାର ଗ୍ରାମାଞ୍ଚଳରେ ତିନି ଦିନ ଧରି ବେଶ ଉତ୍ସାହ ଉଦ୍ଦୀପନାର ସହ ରଜ ପର୍ବ ପାଳନ ହେଉଥିଲା। ଛୋଟପିଲା ଓ କୁମାରୀ ହାତରେ ମେହେନ୍ଦୀ ଓ ପାଦରେ ଅଳତା ଲାଗାଇ ଗାଁ ତୋଟା ଓ ଘରେ ରଜ ଦୋଳି ଖେଳିବା ସହ ରଜ ଗୀତ ଗାଇ ମସଗୁଲ ରହୁଥିଲେ। ତେବେ ସାମ୍ପ୍ରତିକ ପରିସ୍ଥିତିରେ ରଜ ପର୍ବ ପାଳିତ ହେଉଥିଲେ ମଧ୍ୟ ସେତେବେଳର ରଜ ଓ ଏବେକାର ରଜ ମଧ୍ୟରେ ଆକାଶ ପାତାଳ ଫରକ ଦେଖିବାକୁ ମିଳୁଛି। ଆଧୁନିକତାର ଛାପରେ ହଜି ଯାଇଛି ରଜ ମଉଜ। ନାଁ ଅଛି ଝଙ୍କାଳିଆ ଆମ୍ବ ଓ ବର ଗଛ ଓ ନାଁ ଅଛି ତୋଟା। ବନ୍ଧା ହେଉନି ରଜ ଦୋଳି। ପୋଡପିଠା ତିଆରି ପାଇଁ ଆଉ କାଠ ଚୁଲି ଦେଖିବାକୁ ମିଳୁନି। ଆଧୁନିକତାର ଛାପ ପ୍ରାୟତଃ ଅଧିକାଂଶ ପର୍ବ ପର୍ବାଣୀକୁ ଗ୍ରାସ କରିସାରିଥିବା ବେଳେ ରଜ ପର୍ବ ମଧ୍ୟ ତାହାର ଅସ୍ତିତ୍ୱ ହରାଇବାକୁ ବସିଛି ବୋଲି ଆଲୋଚିତ ହେଉଛି। ରଜଦୋଳି କଟମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ…. ଗୀତ ଆଉ ଅଧିକାଂଶ ଗାଁଝିଅ ମାନଙ୍କ କଣ୍ଠରେ ଶୁଭୁନି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳର ଛୋଟ ଛୋଟ ଶିଶୁମାନେ ରଜପର୍ବର ପରମ୍ପରାକୁ ବଜାୟ ରଖିବା ଲାଗି ନିଜ ଘରେ ଲୁଗାବାନ୍ଧି ଦୋଳି ଖେଳୁଥିବା ଦେଖିବାକୁ ମିଳୁଛି । ଅତୀତରେ ରଜପର୍ବରେ ଗ୍ରାମାଞ୍ଚଳର ଅଧିକାଂଶ ଝିଅ ପିଠା ଖାଇ ରଜପାନ ଖଣ୍ଡେ ପାଟିରେ ଜାକି ଦୋଳି ଖେଳୁଥିଲେ । ତେବେ ବିଗତ କିଛି ବର୍ଷ ହେଲା ଆଧୁନିକତାର ଛାପରେ ରଜ ମଉଜ ଦିନକୁ ଦିନ ବିଲୁପ୍ତର ଦ୍ୱାରଦେଶରେ ପହଞ୍ଚିବାରେ ଲାଗିଛି । ଆଜିର ବଜାରୀକରଣ ଯୁଗରେ ରଜ ପର୍ବ କେବଳ ଏକ ପୁରୁଣା ଛାପ ହୋଇ ରହିଯିବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ସାଧାରଣରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ