ପ୍ରଧାନଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଆସିକା (ୱାଇଏନ୍‍ଏସ୍‍) : ଆସିକା ସହରର ଅନ୍ୟତମ ପ୍ରମୁଖ ଶତାୟୁ ପୁରାତନ ପିଏମ୍‍ଶ୍ରୀ ହରିହର ହାଇସ୍କୁଲର ଆଦର୍ଶ ଛାତ୍ରବତ୍ସଳ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତିଙ୍କୁ ଶିକ୍ଷାନୁଷ୍ଠାନ ପରିସରରେ ଏକ ଭାବବିହ୍ୱଳ ପରିସରରେ ବିଦାୟକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଆସିକା ପିଏମ୍‍ଶ୍ରୀ ହରିହର ହାଇସ୍କୁଲରେ କାର୍ଯ୍ୟରତ ଥିବା ଛାତ୍ରବତ୍ସଳ ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତିଙ୍କୁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ପଦୋନ୍ନତି ଦିଆଯାଇ ଶେରଗଡ ବ୍ଳକର ଧନନ୍ତର ଗ୍ରାମ ସ୍ଥିତ ପିଏମ୍‍ଶ୍ରୀ ନାଥେଶ୍ୱର ହାଇସ୍କୁଲକୁ ବଦଳି କରାଯାଇଥିଲା ବେଳେ ଏହି ଅବସରରେ ଶିକ୍ଷାନୁଷ୍ଠାନର ନୂତନ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ରଜନୀରାଣୀ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ସହକାରୀ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡା, ରଂଜିତ୍‍ କୁମାର ପ୍ରଧାନ, ଅଜିତ୍‍ କୁମାର ରଣା, ଦେବେନ୍‍ ନାୟକ, ଅର୍ଚ୍ଚନା ପାଢୀ, ପୂର୍ବତନ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ରାଉତ ପ୍ରମୁଖ ଯୋଗଦେଇ ଶିକ୍ଷାର ବିକାଶ ଲାଗି ଛାତ୍ରବତ୍ସଳ ବିଦାୟୀ ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତିଙ୍କ କର୍ତ୍ତବ୍ୟପରାୟଣତା, ସମୟାନୁବର୍ତ୍ତିତା, ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ ବାତ୍ସଲ୍ୟ ମନୋଭାବ, ଶାସନଗତ କ୍ଷମତା, ଶିକ୍ଷାନୁଷ୍ଠାନର ଦୈନନ୍ଦିନ କାର୍ଯ୍ୟ ସୁପରିଚାଳନା, ବିଦ୍ୟାର୍ଥୀମାନଙ୍କ ମନରେ ଆତ୍ମଜ୍ଞାନ, ଆତ୍ମଶୃଙ୍ଖଳା, ଆତ୍ମବିଶ୍ୱାସ ଏବଂ ଆଧ୍ୟାତ୍ମିକ ଚେତନାର ଭାବଧାରା ଜାଗ୍ରତ କରିବା ପାଇଁ ପ୍ରତିଦିନ ଶିକ୍ଷାନୁଷ୍ଠାନ ପରିସରରେ ବିଦ୍ୟାର୍ଥୀମାନନଙ୍କୁ ନେଇ ସାମୂହିକ ପ୍ରାର୍ଥନା ଠାରୁ ଆରମ୍ଭ କରି ବିଜ୍ଞାନ ଓ ଗଣିତ କ୍ଳବ, ଶାରୀରିକ ଶିକ୍ଷା, ଏନ୍‍ସିସି, ସ୍କାଉଟ୍‍ ଓ ଗାଇଡ୍‍, ଜୁନିୟର ରେଡକ୍ରସ୍‍, ୟୁକୋ କ୍ଳବ୍‍, ଶକ୍ତି କ୍ଳବ୍‍, ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା, ପରୀକ୍ଷାଫଳ, ପାଠାଗାର ଓ ଇ-ଲାଇବ୍ରେରୀ, ସୃଜନାତ୍ମକ କାର୍ଯ୍ୟ, ବିଜ୍ଞାନାଗାର, ଧନ୍ଦାମୂଳକ ଶିକ୍ଷା, ଓଡିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ, ବିଦ୍ୟାର୍ଥୀଙ୍କ ଶୈକ୍ଷିକ ପରିଭ୍ରମଣ, ଛାୟା ବିଧାନସଭା, ପିଏମ୍‍ଶ୍ରୀ ମେଳା, ଚାପମୁକ୍ତ ଦିବସ ଇତ୍ୟାଦି କାର୍ଯ୍ୟକ୍ରମର ସଫଳ ରୂପାୟନ ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ଅହରହ ପ୍ରୟାସ ସମେତ ବହୁମୁଖୀ ପ୍ରତିଭା ଉପରେ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ବିଦାୟୀ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିବା ଦେଖିବାକୁ ମିଳିଥିଲା। ଆସିକା ପିଏମ୍‍ଶ୍ରୀ ହରିହର ହାଇସ୍କୁଲର ବିଦାୟୀ ଛାତ୍ରବତ୍ସଳ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦେଇ ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଅଣଶୈକ୍ଷିକ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅଞ୍ଚଳବାସୀ ଓ ବିଦ୍ୟାର୍ଥୀମାନଙ୍କ ସହଯୋଗ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ଭାବବିହ୍ୱଳ ହୋଇ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା। ଆସିକା ପିଏମ୍‍ଶ୍ରୀ ହରିହର ହାଇସ୍କୁଲର ଭାରପ୍ରାପ୍ତ ଛାତ୍ରବତ୍ସଳ ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତିଙ୍କୁ ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖିବାକୁ ମିଳିଥିଲା । ଆସିକା ପିଏମ୍‍ଶ୍ରୀ ହରିହର ହାଇସ୍କୁଲରେ ଗତ ୧୯୯୨ ମସିହା ଅଗଷ୍ଟ ମାସରେ ନିଜ କର୍ମମୟ ଜୀବନ ଆରମ୍ଭ କରି ଦୀର୍ଘ ୩୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଇଂରାଜୀ ଓ ଇତିହାସ ପାଠ୍ୟକ୍ରମର ଶିକ୍ଷକ ସାଙ୍ଗକୁ ୨୦୨୫ ମସିହା ଫେବୃୟାରୀ ମାସ ୩ ତାରିଖ ଠାରୁ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରୂପେ ଦାୟିତ୍ୱରେ ରହି ନିରବିଚ୍ଛିନ ଭାବେ ନିଷ୍ଠାର ସହ ଶିକ୍ଷାଦାନ କରି ଶହ ଶହ ମେଧାବୀ ଛାତ୍ରଙ୍କୁ ସୃଷ୍ଟି କରିବାରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରି ନିଜ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଆଦର୍ଶ ଛାତ୍ରବତ୍ସଳ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତିଙ୍କୁ ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ