ସ୍ୱତନ୍ତ୍ର ସଘନ ସଂଶୋଧନ ସଂକ୍ରାନ୍ତୀୟ ମାର୍ଗଦର୍ଶନ କର୍ମଶାଳା
ଆସିକା (ୱାଇଏନ୍ଏସ୍) : ଭାରତର ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଗତ ୩୦ ତାରିଖ ଠାରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ଓଡିଶା-୨୦୨୬ ପ୍ରକ୍ରିୟାକୁ ନିର୍ଭୁଲ ଓ ସ୍ୱଚ୍ଛତାର ସହ ସଂପନ୍ନ କରିବା ପାଇଁ ଆସିକା ବ୍ଳକ ଅନ୍ତର୍ଗତ ବାଲିସିରା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୁଥ୍ସ୍ତରୀୟ ଅଧିକାରୀ ମାନଙ୍କ ଏକ ମାର୍ଗଦର୍ଶନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ତହସିଲଦାର ସଙ୍ଗୀତା ସେଣ, ବିଏଲ୍ଓ ସୁପରଭାଇଜର ଶିବଶଙ୍କର ଜେନା ଓ ବିଏଲ୍ଓ ସୁପରଭାଇଜର ଧୋବା ବେହେରା ପ୍ରମୁଖ ଯୋଗଦେଇ ଗତ ୩୦ ତାରିଖ ଠାରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ କିପରି ସ୍ୱଚ୍ଛତାର ସହ ନିର୍ଭୁଲ ଭାବେ ସଂପାଦନ କରାଯିବ ତାହାରି ଉପରେ ମାର୍ଗଦର୍ଶନ କରିବା ସାଙ୍ଗକୁ ବିଏଲ୍ଓ ଆପ୍ ମାଧ୍ୟମରେ ଗଣନା ଫର୍ମ ଅପ୍ଲୋଡ୍ କରି କିପରି ଡିଜିଟାଇଜେସନ୍ ପ୍ରକ୍ରିୟା ସୁଚାରୂ ରୂପେ ସଂପାଦିତ ହୋଇପାରିବ ତାହାରି ଉପରେ ମାର୍ଗଦର୍ଶନ କରିଥିଲେ । ପ୍ରଶାସନର ନିର୍ଦ୍ଦେଶକ୍ରମେ ବାଲିସିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ମାର୍ଗଦର୍ଶନ କର୍ମଶାଳାରେ ବାଲିସିରା, ଲଣ୍ଡାଜୁଆଳି, କମାଗଡ, ଗୁଣ୍ଠପଡା, ସାପୁଆପଲ୍ଲୀ, ଜଗଦଳପୁର, ସୁମନ୍ତପଲ୍ଲୀ, ଅସୁରାଇପଲ୍ଲୀ ଅଞ୍ଚଳର ବୁଥ୍ସ୍ତରୀୟ ଅଧିକାରୀ ସବିତା ନାୟକ, ଉର୍ମିଳା ପାଣିଗ୍ରାହୀ, ନମିତା ପାତ୍ର, ସନ୍ତୋଷିନୀ ଜେନା, ଲକ୍ଷ୍ମୀସୀତା ମହାନ୍ତି, ପ୍ରଭାତୀ ବିଷୋୟୀ, ସର୍ମିଷ୍ଠା ସ୍ୱାଇଁ, ମଂଜୁଲତା ସାବତ, ଡି.ସାବିତ୍ରୀ, ସୁମିତ୍ରା ଗୌଡ, ସନ୍ତୋଷିନୀ ଗୌଡ, ସ୍ୱେଚ୍ଛାସେବୀ ପ୍ରମୋଦ କୁମାର ପଣ୍ଡା, ନିରୁପମା ଦାଶ, ପରମେଶ୍ୱର ଖୁଣ୍ଟିଆ, ବିଷ୍ଣୁପ୍ରିୟା ଭଂଜ, ସଙ୍ଗୀତା ବେହେରା, ବାଳକୃଷ୍ଣ ତ୍ରିପାଠୀ, ଶ୍ରଦ୍ଧାଞ୍ଜଳୀ ନାହାକ, ଗୀତାଞ୍ଜଳୀ ପାତ୍ର, ସୁନିତା କୁମାରୀ ପ୍ରଧାନ, ସାଇବ ବେହେରା, ରାମକୃଷ୍ଣ ପ୍ରଧାନ, ସଂଯୁକ୍ତା ସାହୁ, ଖୋଜିନୀ ସାହୁ, ସ୍ୱପ୍ନାରାଣୀ ସ୍ୱାଇଁ, ସୁମିତ୍ରା ପଣ୍ଡା, କବିତା ସ୍ୱାଇଁ, ସାଗରିକା ବେହେରା, ବିନିତା ପାଣିଗ୍ରାହୀ, ମୋନାଲିସା ଗୌଡ, ପି.ପ୍ରଭାସିନୀ ପାତ୍ର, କବିତା ସ୍ୱାଇଁଙ୍କ ସମେତ ବହୁ ବୁଥ୍ସ୍ତରୀୟ ଅଧିକାରୀ ଏବଂ ସ୍ୱେଚ୍ଛାସେବୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


