ପୋଲିସର ଚଢ଼ାଉ: ବାଲି ବୋଝେଇ ୨ ଟ୍ରାକ୍ଟର ଜବତ

ଦିଗପହଣ୍ଡି ,(ଅଳକ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଘୋଡ଼ାହାଡ଼ ନଦୀ ପଠା ରୁ ହିଟାଚି ମେସିନ ରେ ବେଆଇନ ଭାବେ ବାଲି ଉତ୍ତୋଳନ କରି ଟ୍ରାକ୍ଟର ଯୋଗେ ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ କରାଯାଉଛି। ଗୁରୁବାର ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଙ୍କ ନେତୃତ୍ୱରେ ପୋଲିସ ଟିମ୍ ଅତର୍କିତ ଚଢ଼ାଉ କରି  ଦୁଇଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି। ବାଲି ଚୋରା ଚାଲାଣ ରେ ସମ୍ପୃକ୍ତ ୨ ଜଣଙ୍କୁ ଥାନାରେ ଅଟକ ରଖାଯାଇଥିବା ସୂଚନା ମିଳିଛି।ଅଟକ ଦ୍ବୟ ହେଲେ ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ଗ୍ରାମର ସୁବାସ ଗୌଡ଼ ଏବଂ ଚସାମହୁରୀ ଗ୍ରାମର ରଘୁନାଥ ନାୟକ। ପୋଲିସ ଟିମ୍ ଶୁଣ୍ଡିପଲ୍ଲୀ ଗ୍ରାମ ନିକଟରେ  ଚଢ଼ାଉ କରି ଟ୍ରାକ୍ଟର ନଂ. ଓଡ଼ି୦୭ ସି – ୬୧୬୫  ଏବଂ ଓଡି୦୭ଟି-୭୯୮୧ କୁ ଜବତକରିଛି।  ଏନେଇ ପାଟପୁର ଥାନା ମାମଲା ନଂ. ୬୧/୨୦୨୬ ଓ ୬୨/୨୦୨୬ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି।ଜବତ ଟ୍ରାକ୍ଟରଗୁଡ଼ିକୁ ଥାନା ରେ ଅଟକ ରଖାଯାଇ    ତଦନ୍ତ ଜାରି ରହିଛି। ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ବିରୋଧରେ ଆଗାମୀ ଦିନରେ ମଧ୍ୟ କଡ଼ା ଅଭିଯାନ ଜାରି ରହିବ ବୋଲି ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ