ପୌରପରିଷଦ ଅଧ୍ୟକ୍ଷାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହେଲେ ବିଧାୟକ, ଉପାଧ୍ୟକ୍ଷ, କାଉନସିଲର

ଛତ୍ରପୁର (ଓ୍ବାଇଏନଏସ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌର ପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ (୩୮) ବୁଧବାର ସନ୍ଧ୍ୟାରେ ଅକାଳ ବିୟୋଗ ଘଟିଛି ।  ତାଙ୍କର  ବିୟୋଗ ଖବର ଶୁଣି ସମସ୍ତେ ଅତ୍ୟନ୍ତ ଦୁଃଖିତ ଏବଂ  ଛତ୍ରପୁର ଓ ଆଖପାଖ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।  ତାଙ୍କର ଏହି ବିୟୋଗ ସ୍ଥାନୀୟ ଅଞ୍ଚଳ ତଥା ସାମାଜିକ ଜୀବନ ପାଇଁ ଏକ ଅପୂରଣୀୟ କ୍ଷତି । ସେ  ଜଣେ ଦକ୍ଷ ଜନପ୍ରତିନିଧି ଭାବେ ପରିଚିତ ଥିଲେ, ତାଙ୍କର ସେବା, ନିଷ୍ଠା ଓ ଜନକଲ୍ୟାଣ ପ୍ରତି ସମର୍ପଣ ସଦା ସ୍ମରଣୀୟ ହୋଇ ରହିବ ବୋଲି ବହୁ ରାଜନେତା ମାନେ କହିଛନ୍ତି ।   ଅଧ୍ୟକ୍ଷାଙ୍କ ବିୟୋଗ ରେ ଉପାଧ୍ୟକ୍ଷ ଏବଂ କାଉନସିଲର ମାନେ ମର୍ମାହତ….. ତାଙ୍କର ଅନୁପସ୍ଥିତ  ସର୍ବଦା ଅନୁଭବ ହେବ….. ଏବେ ବି ମନେ ପଡେ ତାଙ୍କ ର ସେହି ସ୍ମିତ ହାସ୍ୟ… ଭଗବାନ ତାଙ୍କ ର ଅମର ଆତ୍ମା କୁ ସତଗତି ଦିଅନ୍ତୁ  ବୋଲି ସେମାନେ କାନ୍ଦି କାନ୍ଦି କହିଥିଲେ l ଗୁରୁବାର ତାଙ୍କ ପାର୍ଥିବ ଶରୀର ଚର୍ଚ୍ଚ ରୋଡ ସ୍ଥିତ ବାସଭବନରୁ  ବିଭୀନ୍ନ ରାଜନୈତିକ ଦଳର ବ୍ୟକ୍ତି, ମୁନିସିପାଲଟିର ବହୁ ଜନ ସାଧାରଣ, ଭାରତୀୟ ଜନତା ପାର୍ଟିର ନେତା ଓ କର୍ମୀ ମାନେ ଶେଷ ଦର୍ଶନ କରିମହାପ୍ରୟାଣ ଗାଡି ଦ୍ୱାରା  ବିରାଟ ଶୋଭାଯାତ୍ରାରେ ଛତ୍ରପୁର ସହର ପରିକ୍ରମା କରିବା ସହିତ ସ୍ଥାନୀୟ ବିଜେପି କାର୍ଯ୍ୟାଳୟରେ ନିଆଯାଇଥିଲା । ସେଠାରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାର, ଭାଜପା ଗଞ୍ଜାମ ଜିଲ୍ଲା ସଭାପତି ସରୋଜ କୁମାର ସାମଲ ଅନ୍ୟାନ୍ୟ ନେତୃବୃନ୍ଦ ମାନେ ତାଙ୍କୁ ପୁଷ୍ପଗୁଚ୍ଚ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ସ୍ଥିତ ପୌର ପରିଷଦ କାର୍ଯ୍ୟାଳୟକୁ ସ୍ୱର୍ଗତ ପ୍ରଧାନଙ୍କ ପାର୍ଥିବ ଶରୀର ଅଣାଯାଇ ସେଠାରେ ଡୁଡା ପିଡି ସମୀର କୁମାର ଜେନା, ପୌର ପରିଷଦର ଉପାଧ୍ୟକ୍ଷ ଜି. ପାପା ରାଓ ଓ ସମସ୍ତ କାଉନସିଲର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସମସ୍ତ କର୍ମଚାରୀ ମାନେ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହିତ ପରେ ତାଙ୍କୁ ପୁତି ଗୋପାଳପୁର ସ୍ଥିତ ଶ୍ମସାନରେ ତାଙ୍କ ପୁଅ ମୁଖାଗ୍ନି ଦେଇ ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ତାଙ୍କ ବିୟୋଗରେ ଓଡିଶା ସରକାରଙ୍କ ଉପ- ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା, ଗଞ୍ଜାମର ଦୁଇ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଗୋକୁଳାନନ୍ଦ ମଲ୍ଲିକ, ଦିଗପହଣ୍ଡି ବିଧାୟକ ଡଃ ସିଦ୍ଧାନ୍ତ ମହାପାତ୍ର , ବିଜେଡି ନେତା ଭୁଗୁ ବକ୍ସି ପାତ୍ର, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ,   ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଟୁଇଟ ଯୋଗେ ଶୋକପ୍ରକାଶ କରିଛନ୍ତି । ସେହିଭଳି ତାଙ୍କ ବାସଭବନରେ ୟୁରୋ ସ୍କୁଲର ମୁଖ୍ୟ ତଥା ଆଇନଜିବୀ ରଞ୍ଜନ ମହାପାତ୍ର, ଯଜାତି  ନାହାକ,ଆଇନଜିବୀ କୈଳାଶ ପଲାଇ,ପୁଳିନ ବିହାରୀ ପଟ୍ଟନାୟକ, ସିପିଆଇ ନେତା ଏନ୍ ଗିରିଜା ପ୍ରସାଦ ରେଡ୍ଡୀ, ଡି. ଆଦିନାରାୟଣ ରେଡ୍ଡୀ, ନୀଳକଣ୍ଠ ଦାଶ, ପୂର୍ବତନ ସମିତି ସଭ୍ୟ ମଥୁରା ଚରଣ ସୁବୁଦ୍ଧି, କଂଗ୍ରେସ  ଛତ୍ରପୁର ବିଧାୟକ ପ୍ରାଥୀ ଭାଗିରଥି ବେହେରା, କଂଗ୍ରେସ ଜିଲ୍ଲା ଉପସଭାପତି ଅଶୋକ ପଟ୍ଟନାୟକ, ପୌରପରିଷଦ ର ସଭାପତି କାଳିଆ ରାଉଳ, ବିଜେଡି ନେତା ଏସ୍‌. ଚକ୍ରପାଣି ରେଡ୍ଡୀ, ଯୁବ ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ନଗର ସଭାପତି ବି ରାଜିବାବୁ, ନାଗେଶ୍ୱର ରାଓ, ଶଙ୍କର ପ୍ରସାଦ ଦାଶ, ଭାଜପା ଜିଲ୍ଲା ସାଧାରଣ ସମ୍ପାଦକ ପଦ୍ମ ଚରଣ ସାହୁ, ଜିଲ୍ଲା ସମ୍ପାଦକ ବସନ୍ତ କୁମାର ବେହେରା ଓ ଏନ ଦୁର୍ଯ୍ୟୋଧନ ରେଡ୍ଡୀ, ବ୍ରହ୍ମପୁର ସାଂସଦ ପ୍ରତିନିଧି ରୁଇନା ପଟ୍ଟନାୟକ, ବିଜେପି ନେତା ବନମାଳି ସେଠି, ଆଇନଜୀବୀ ଡ଼ଃ ପ୍ରଶାନ୍ତ କୁମାର ଶତପଥି,ସରକାରୀ ଓକିଲ ପ୍ରଦୀପ କୁମାର ପାଢୀ, ଚୈତନ୍ୟ ପ୍ରଧାନ, ଅନୁସୁଚିତ ଜାତିର ଜିଲ୍ଲା ସଭାପତିକୀର୍ତ୍ତନ ଦାଶ, ଭୀମସେନ ବେହେରାଙ୍କ ସମେତ ଆଇନଜିବୀ, ବୁଦ୍ଧିଜିବୀ, ଗଣମାଧ୍ୟମ ପ୍ରତିନିଧି ଓ ଡାକ୍ତରଙ୍କ ସମେତ ମୁନିସିପାଲଟିର ବହୁ ଜନସାଧାରଣ ମାନେ ତାଙ୍କ ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ