ସରକାରୀ ଜମିରେ କୁକୁଡ଼ା ଫାର୍ମକୁ ବିରୋଧ

ହାଟଡିହି (ଓ୍ବାଇଏନଏସ): ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ୍  କୋଚିଆନାଣ୍ଡି ଗ୍ରାମ ଅନ୍ତର୍ଗତ ଗୋଡ଼ିବଣିଆ ସାହିର ଜଣେ ଜୈନିକ ବ୍ୟକ୍ତି ବେଆଇନ ଭାବରେ ଏକ ସରକାରୀ ଜମିକୁ ଜବରଦଖଲ କରି ସେଠାରେ ଏକ କୁକୁଡ଼ା ଫାର୍ମ ତିଆରି କରିଛନ୍ତି। ଏହାର ଚାରିପାଖରେ ଜନବସତି ଅଛି।  ଯାହାକି ଏକ କୁକୁଡ଼ା ଫାର୍ମ ଜନବସତି ନିକଟରେ ରହିବା ପାଇଁ ଉପଯୁକ୍ତ ସ୍ଥାନ ନୁହେଁ। ଏପରିକି ଉକ୍ତ ବ୍ୟକ୍ତି ଜଣକ ସରକାରୀ ଜମିରେ କୁକୁଡ଼ାଫାର୍ମ କରି ସରକାରଙ୍କ ଠାରୁ ସବସିଡି ପାଇବାକୁ ଆବେଦନ କରିଛନ୍ତି। ଯାହାକି ସମ୍ପୂର୍ଣ ନିୟମ ବିରୁଦ୍ଧ। ସେହି ବ୍ୟକ୍ତିଙ୍କୁ ସରକାରୀ ଜମିରେ ଫାର୍ମ କରିବାକୁ ବିଭାଗ ତରଫରୁ କିଭଳି ଭାବରେ ଅନୁମତି ମିଳିଲା ତାକୁ ନେଇ ଗ୍ରାମବାସୀ ମାନେ ପ୍ରଶ୍ନ କରିଛନ୍ତି। ତେଣୁ ଏହାର ବିଧିବଦ୍ଧ ତଦନ୍ତ କରାଯାଇ ସରକାରୀ ସହାୟତା ଏବଂ ଫାର୍ମ କରିବାକୁ ମିଳିଥିବା ଅନୁମତି ପ୍ରଦାନକୁ ବନ୍ଦ କରିବାକୁ  ଗ୍ରାମବାସୀ ମାନେ ଦାବି କରିଛନ୍ତି । ଏନେଇ ଘସିପୁରା ବ୍ଲକ ପଶୁ ଚିକିତ୍ସା ଅଧିକାରୀଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ