ଧାମନଗର ଛକ ଠାରୁ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣରେ ଦୁର୍ନୀତି ଅଭିଯୋଗ କଲା ବ୍ଲକ କଂଗ୍ରେସ

ଧାମନଗର (ଓ୍ବାଇଏନଏସ): ଧାମନଗର ଛକ ଠାରୁ ଧାମନଗରକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ନିର୍ମାଣରେ ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ ଦଳ। ୧୬ ନଂ ଜାତୀୟ ରାଜପଥ ଠାରୁ ଧାମନଗର ବଜାର ପର୍ଯ୍ୟନ୍ତ ପ୍ରାୟ ୯ କିଲୋମିଟର ମୁଖ୍ୟ ରାସ୍ତା ନବୀ ବୀକରଣରେ ବ୍ୟାପକ ଅନିୟମିତତା ହୋଇଥିବା କଂଗ୍ରେସ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛି। ଗୁରୁବାର ଏନେଇ ଧାମନଗର ବ୍ଲକ କଂଗ୍ରେସ ତରଫରୁ ଅପରାହ୍ନ ୫ ଘଟିକାରେ ବ୍ଲକ ଅନ୍ତର୍ଗତ ଭଗବାନପୁର ବଜାର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସଞ୍ଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ବାସୁଦେବ ତ୍ରିପାଠୀ,ଏନଏସି ସଭାପତି ପ୍ରମୋଦ ସ୍ବାଇଁ, କଂଗ୍ରେସ ନେତା ରମଣୀ ରଞ୍ଜନ ଦାଶ,ପ୍ରଭାତ ପଣ୍ତା,ମାନସ ରଞ୍ଜନ ମହାପାତ୍ର,ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ରବିନାରାଯଣ ଜେନା, ପୀତାମ୍ବର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଅଭିଯୋଗ ଅନୁଯାୟୀ ନିର୍ମାଣ ଧୀନ ରାସ୍ତା କାର୍ଯ୍ୟ ଯନ୍ତ୍ରୀ ସଠିକ ଭାବେରେ ତଦାରଖ କରୁନାହାନ୍ତି। ବିନା ସୂଚନା ଫଳକରେ ଏସଟିମେଣ୍ଟ ଅନୁସାରେ ନକରିବା ତଥା ବାଲି ଫିଲିଙ୍ଗି ନକରିବା,ମେଣ୍ଟାଲିଙ୍ଗ ନକରିବା,ପିଚର ଓ ମୋଟେଇ କମ କରିବା,ଗଛ ମୂଳକୁ ନ ଉପାଡ଼ିବା,ରାସ୍ତାର ଓସାର କମ ଆଦି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଅଭିଯୋଗ କରାଯାଇଛି। ଜନସାଧାରଣଙ୍କ ଅର୍ଥରେ ନିର୍ମିତ ହେଉଥ‌ିବା ରାସ୍ତକୁ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତରାରେ ଚାଲିଛି ନିମ୍ନମାନ ଓ ତରବରିଆ ଭାବରେ କାର୍ଯ୍ୟ କରିବା ଏହାର ସ୍ଥାୟିତ୍ୱକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଆଗାମୀ ଦିନରେ ଠିକ ଭାବରେ କାର୍ଯ୍ୟ ନକରାଯାଏ ତାହେଲେ ବ୍ଲକ କଂଗ୍ରେସ ରାଜାରସ୍ତାରେ ଆନ୍ଦୋଳନ କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ