ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳିତ
ବାଲେଶ୍ବର(ସରୋଜ ପଣ୍ଡା): ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଶିଶୁ ଶ୍ରମିକ ବିରୋଧୀ ଅଭିଯାନ ସିଏସିଏଲ ବାଲେଶ୍ୱର ସହଯୋଗରେ ଉତ୍କଳ ବାଳାଶ୍ରମ ଠାରେ ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଦେୱାନୀ ବିଚାରପତି ତଥ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ସଚିବ ସୁମନ ଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିଶୁ ଶ୍ରମିକ ଦୂରୀକରଣ ଏବଂ ଶିଶୁ ଅଧିକାର ସୁରକ୍ଷାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଶିଶୁ ମଙ୍ଗଲ କମିଟିର ଅଧ୍ୟକ୍ଷା ସ୍ନିଗ୍ଧା ଦାସ, ସଦସ୍ୟ ଗୌରୀରାଣୀ ଉପାଧ୍ୟାୟ, ଲୋପାମୁଦ୍ରା ମହାପାତ୍ର ଏବଂ ଜାଦବେଶ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିଶୁ ଶ୍ରମ ବନ୍ଦ ପାଇଁ ଆହ୍ୱାନ ଦେବ ସହ ସମସ୍ତ ଶିଶୁ ମାନେ ଶିକ୍ଷା ରେ ଗୁରୁତ୍ୱ ଦେବା ପାଇଁ କହିଥିଲେ। ଏହି ଅବସରରେ ଶିଶୁ ଶ୍ରମିକ ଦୂରୀକରଣ ବିଷୟବସ୍ତୁ ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।


