ଆଜି ଆନ୍ତର୍ଜାତୀୟ ରକ୍ତଦାତା ଶିବିର
ଆସିକା (ୱାଇଏନ୍ଏସ୍):ଆଜି ଅର୍ଥାତ୍ ରବିବାର ଆନ୍ତର୍ଜାତୀୟ ରକ୍ତଦାତା ଶିବିର । ରକ୍ତଦାତାଙ୍କ ପାଇଁ ଏହି ଦିବସଟି ବଡ ଖୁସିର ଦିନ । ସାରା ବିଶ୍ୱରେ ଏହି ଦିବସ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବହୁ ଆଡମ୍ବରରେ ପାଳନ କରାଯାଇଥାଏ । ବିଶ୍ୱରେ ପାଳନ କରାଯାଉଥିବା ୮ଟି ସ୍ୱାସ୍ଥ୍ୟ ଦିବସ ମଧ୍ୟରୁ ବିଶ୍ୱ ରକ୍ତଦାତା ଦିବସ ଅନ୍ୟତମ । ରକ୍ତ ଅଭାବରୁ ବର୍ଷକୁ ହଜାର ହଜାର ଲୋକ ଜୀବନ ହରାଉ ଥିବାରୁ ଏହାକୁ ରୋକିବା ପାଇଁ ରକ୍ତଦାନ କରିବା ଜୀବନ ଦାନ କରିବା ସହ ସମାନ ବୋଲି କେତେକ ମହଲରେ ବିଶ୍ୱାସ ରହିଛି । ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କୁ ସମ୍ମାନ ଜଣାଇବା ଏବଂ ନିଜ ଇଛାରେ ଏବଂ ବିନା ପାରିଶ୍ରମିକରେ ରକ୍ତଦାନ କରୁଥିବା ମହାନ୍ ବ୍ୟକ୍ତିମାନଙ୍କୁ କୃତଜ୍ଞତା ଜଣାଇବା ଏବଂ ସୁରକ୍ଷିତ ରକ୍ତ ସାଙ୍ଗକୁ ପ୍ଳାଜମା ଦାନ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତ୍ୟେକ ବର୍ଷ ଜୁନ୍ ମାସ ୧୪ ତାରିଖରେ ପାଳିତ ହୋଇଥାଏ ବିଶ୍ୱ ରକ୍ତଦାତା ଦିବସ । (ଆନ୍ତର୍ଜାତୀୟ ରକ୍ତଦାତା ଦିବସ ଅବସରରେ ସେମାନେ ଯାହା କୁହନ୍ତି)- ୧) ଶ୍ରୀ ପି.ସୁଧାକର ପାତ୍ର (ସଭାପତି-ଆସିକା ଲାୟନ୍ସ କ୍ଳବ), ସ୍ୱେଚ୍ଛାକୃତ ରକ୍ତଦାତା-ଯୁବଗୋଷ୍ଠୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଯୋଗୁଁ ରକ୍ତଦାତାଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ନିଜେ ରକ୍ତଦାନ କରି ଉଦାହରଣ ସୃଷ୍ଟି କଲେ ତାହାକୁ ଅନ୍ୟମାନେ ଅନୁସରଣ କରିବେ ଓ ଜଣଙ୍କର ରକ୍ତଦାନରେ ୩ଟି ଜୀବନ ବଞ୍ôଚପାରିବ । ରକ୍ତଦାନ ଭଳି ଏହି ମହତ୍ କାର୍ଯ୍ୟ ସଂକ୍ରାନ୍ତରେ ଯୁବପୀଢିଙ୍କ ମଧ୍ୟରେ ଉତ୍ସାହ ଜାଗ୍ରତ କରିପାରିଲେ ରକ୍ତଦାତାଙ୍କ ସଂଖ୍ୟା ଆହୁରି ବଢିବା ସମ୍ଭାବନାକୁ ଏଡାଇ ହେବ ନାହିଁ । ୨) ଶ୍ରୀମତୀ ସସ୍ମିତା ପାଢୀ (ବାଣିିବିହାର, ଆସିକା), ସ୍ୱେଚ୍ଛାକୃତ ରକ୍ତଦାତା- ବିଜ୍ଞାନର ବହୁଳ ଅଗ୍ରଗତି ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୃତ୍ରିମ ଉପାୟରେ ରକ୍ତ ତିଆରି କରିବା ସମ୍ଭବପର ହୋଇପାରି ନାହିଁ । ସେଇଥି ପାଇଁ ଗୋଟିଏ ମାତ୍ର ମାର୍ଗ ହେଉଛି ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିବା । ୩) ଶ୍ରୀମତୀ ଏସ୍.ରୂପଶ୍ରୀ ପୃଷ୍ଟି, ସ୍ୱେଚ୍ଛାକୃତ ରକ୍ତଦାତା (ବାଣିବିହାର, ଆସିକା)- ଯେଉଁ ବ୍ୟକ୍ତି ରକ୍ତ ଦାନ କରିଥାନ୍ତି ସେମାନେ ପରୋକ୍ଷରେ ଜୀବନଦାନ କରିଥାନ୍ତି । ୪) ଶ୍ରୀ ରାଘବ କୁମାର ନାହାକ, ସ୍ୱେଚ୍ଛାକୃତ ରକ୍ତଦାତା (ଚିନିଶିଳ୍ପ ନୁଆଁଗା, ଆସିକା)- ଜଳଦାନ ଭଳି ରକ୍ତଦାନର ମହତ୍ୱ ଖୁବ୍ ଅଧିକ । ସେଇଥିପାଇଁ କୁହାଯାଏ ରକ୍ତଦାନ ମହାପୁଣ୍ୟ । ୫) ଶ୍ରୀ ସତ୍ୟପ୍ରିୟ ରଥ, ସ୍ୱେଚ୍ଛାକୃତ ରକ୍ତଦାତା(ବାଣିବିହାର, ଆସିକା)- ରକ୍ତ ଦେଇ ଜଣେ ରୋଗୀଙ୍କୁ ଜୀବନ ଦାନ କରିବାର ଆଉ କିଛି ସେବା ଏ ଦୁନିଆରେ ନାହିଁ । ୬) ଡି.ରାହୁଲ୍ କୁମାର ପାତ୍ର, ସ୍ୱେଚ୍ଛାକୃତ ରକ୍ତଦାତା (ଆଲୋକପ୍ରେସ୍ ଗଳି, ଆସିକା)- ରକ୍ତ ଦାନ ପାଇଁ ରକ୍ତ ଗ୍ରହିତା ରକ୍ତଦାତାଙ୍କ ପାଖରେ ଚିରକାଳ ଋଣୀ ହୋଇ ରହିଥାଏ । ଜଣଙ୍କ ଶରୀରରୁ ରକ୍ତ ନେଇ ଅନ୍ୟ ଜଣଙ୍କ ଶରୀରରେ ରକ୍ତ ଦେବା ହେତୁ ପ୍ରତିବର୍ଷ ଲକ୍ଷଲକ୍ଷ ଲୋକଙ୍କ ଜୀବନ ବଞ୍ôଚ ପାରୁଛି ।


