କପାଳୀକ୍ଷେତ୍ରରେ ଶ୍ରୀ ଜଗନ୍ନାଥ ଆଞ୍ଚଳିକ ରଜ ମହୋତ୍ସବ ଉଦ୍ଘାଟିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକ କପାଳୀକ୍ଷେତ୍ର ନିମାପଡା ଠାରେ ଶ୍ରୀ ଜଗନ୍ନାଥ ରଜ ମହୋତ୍ସବ କମିଟି ଆନୁକୂଲ୍ୟରେ ଶନିବାର ଏକାଦଶ ତମ ବାର୍ଷିକ ଶ୍ରୀ ଜଗନ୍ନାଥ ଆଞ୍ଚଳିକ ରଜ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ପ୍ରାରମ୍ଭରେ ଚତୁର୍ଦ୍ଧା ମୂତ୍ତିଙ୍କ ପୂଜାର୍ଚ୍ଚନା, ଭୂମି ପୂଜନ ସହ ରାଧାକୃଷ୍ଣଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଭୂମି ପୂଜନ ଉତ୍ସବରେ ବିଶିଷ୍ଟ ନାଟ୍ୟକାର ତଥା ସମାଜସେବୀ ଡ.ସୁଧାଂଶୁ ଶେଖର ନାୟକ ଓ ରେବତୀ ନାୟକ ଏବଂ ରାଧାକୃଷ୍ଣ ଜୀଉଙ୍କ ପୂଜାର୍ଚ୍ଚନାରେ ପୂର୍ଣ୍ଣ ଚନ୍ଦ୍ର ବାରିକ ଓ ମନୋରମା ବାରିକ କର୍ତ୍ତା ଦାୟୀତ୍ୱ ତୁଲାଇଥିଲେ । ଅପରାହ୍ନରେ ମହୋତ୍ସବ କମିଟିର ସଭ୍ୟ ଆଶିଷ ସାହୁ ଓ ତୁଷାରକାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ବିଶାଳ ମଶାଲ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ଉଦ୍ଘାଟନୀ ସନ୍ଧ୍ୟାରେ କମିଟିର ସଭାପତି ଡ.ଶୁଭେନ୍ଦ୍ର କୁମାର ମିଶ୍ର ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ ଯୋଗ ଦେଇ ଏହି ମହାନ ପର୍ବ ସଂସ୍କୃତିକୁ ଉଦ୍ଜୀବିତ କରିବା ସହ ମାଟିରୁ ଆକାଶକୁ ଯୋଡି ଥାଏ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଏବିଇଓ ଚର୍ତୁଭୂଜ ପହି, ଶିକ୍ଷାବିତ୍ ଗଣେଶ ପ୍ରସାଦ କରଶର୍ମା, ସମିତି ସଭ୍ୟା ଚପଳା ଜେନା, ଉପଦେଷ୍ଟା ସୂର୍ଯ୍ୟମଣୀ ରାଉଳ, ନାରାୟଣ ଚନ୍ଦ୍ର ସାମଲ, ଭାଗିରଥି ସେଠୀ, ସହ ସମ୍ପାଦକ ଶ୍ୟାମ ସୁନ୍ଦର ଜେନା, ପୂର୍ବତନ ସରପଞ୍ଚ ବିଜୟ କୁମାର ବିଶ୍ୱାଳ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । କମିଟିର ସଂଯୋଜକ ଅଜୟ କୁମାର ପୃଷ୍ଟି ଅତିଥିଙ୍କୁ ମଞ୍ଚକୁ ଆହ୍ୱାନ, ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ପାଠ, ଉପସଭାପତି ହୃଷିକେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଏସ.ଏସ ଗ୍ରୁପ ପକ୍ଷରୁ ନୃତ୍ୟ ଓ ସଙ୍ଗୀତ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ କୋଷାଧ୍ୟକ୍ଷ ସନାତନ ସେଠୀ, ସହଦେବ ବାରିକ, ଚନ୍ଦ୍ରକାନ୍ତ ବିଶ୍ୱାଳ, ଶରତ କୁମାର ରାଉଳ, ମନୋଜ କୁମାର ବାରିକ, ସୌମ୍ୟ ରଞ୍ଜନ ବାରିକ, ଶ୍ରୀନିବାସ ବିଶ୍ୱାଳ, ଅନାଦି ବିଶ୍ୱାଳ, ବନମାଳି ବାରିକ, ଆଲୋକ ରାଉତରାୟ, କୁନା ସାହୁଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ । ଏହି ମହୋତ୍ସବ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଏଥିରେ ସଂଗୀତ, ନୃତ୍ୟ ପରିବେଷଣ ସହ କୁଇଜ୍ ପ୍ରତିଯୋଗିତା ଏବଂ ରଜ କୁଇନ ଚୟନ ଆଦି କାର୍ଯ୍ୟକ୍ରମ ରହିଛି । ସେହିପରି ପ୍ରତ୍ୟେହ ସନ୍ଧ୍ୟାରେ ଚଳଚିତ୍ର ଅଭିନେତା, ଅଭିନେତ୍ରୀ ଓ ଯାତ୍ରା ଜଗତର ଅଭିନେତା, ଅଭିନେତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।


