୨୦୦୩ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ହାଇସ୍କୁଲର ୨୦୦୩ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି । ନିଳୋକ ହରିହର ନୋଡାଲ ଉପ୍ରା ବିଦ୍ୟାଳୟ ନିକଟସ୍ଥ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରଞ୍ଜନ କୁମାର ପଣ୍ଡା, ରବିନ୍ଦ୍ର କୁମାର ବାରିକ, ସନ୍ତୋଷ କୁମାର ମିଶ୍ର, ବ୍ରହ୍ମାନନ୍ଦ ଲେଙ୍କା, ପ୍ରଶାନ୍ତ ସେଠୀ, ଅକ୍ଷୟ ଖିଲାର, ଭାଗିରଥି ନାୟକ, ପୂର୍ଣ୍ଣ ଚନ୍ଦ୍ର ବାରିକ, ମମତା ଲେଙ୍କା, କବିତା ସେଠୀ, ଅନିତା ଲେଙ୍କା, ଦୀଲିପ ନାୟକ, ରଞ୍ଜନ ମହାକୁଡଙ୍କ ସମେତ ଅନ୍ୟ ମାନେ ଯୋଗ ଦେଇ ପୁରୁଣା ସ୍ମୃତିକୁ ମନେ ପକାଇବା ସହ ବର୍ତ୍ତମାନର କର୍ମମୟ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଦିବଂଗତ ସାଥୀ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।


