ହାଟଡିହିର ପୁରପଲ୍ଲୀରେ ରଜଉତ୍ସବ

ହାଟଡ଼ିହି,(ଓ୍ବାଇଏନଏସ) :  ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ, ବର୍ଷକରେ ଥରେ ଆସିଥିବା ଏହି ଗରପର୍ବ ପାଇଁ ସବୁ ଆଡେ ଉତ୍ସବର ମାହୋଲ, କେନ୍ଦୁଝର ଜିଲ୍ଲାରେ ଏହାର ସ୍ୱତନ୍ତ୍ରତା ଥିବାବେଳେ ଘରଘର ମାନଙ୍କରେ ପିଠାପଣା ସାଙ୍ଗକୁ ବନ୍ଧୁବାନ୍ଧବଙ୍କ ଭିଡ ଓ ମାଛ ମାଂସର ଆସର ସାଙ୍ଗକୁ ରଜଦୋଳି ଗୀତ ରଜପର୍ବକୁ ମଉଜ ମଜଲିସ କରିତୋଳିଛି । ପ୍ରତି ଗାଁରେ ଛୁଆ ସାଙ୍ଗକୁ ବୁଢ଼ାବୁଢ଼ି ପର୍ଯ୍ୟନ୍ତ ପଟାଦୋଳି, ଚକ୍ରିଦୋଳୀ ଓ ଖାଇ ଦୋଳିର ମଜା ଉଠାଉଛନ୍ତି । ପ୍ରତି ଘରେ ବନ୍ଧୁବାନ୍ଧବ ମାନଙ୍କର ଭିଡ ଜମିଥିବାବେଳେ ରାଜ୍ୟ ବାହାରେ କାମଦାମ କିମ୍ବା ଚାକିରି କରୁଥିବା ଲୋକମାନେ ଏହି ରଜପର୍ବ ପାଇଁ ଗାଁକୁ ଫେରି ଆସିଛନ୍ତି । ଫଳରେ ଗାଁ ମାାନଙ୍କରେ ରଜର ମାହୋଲ ଦେଖିବାକୁ ମିଳିଛି । ପୁର୍ବରୁ ପାଳନ କରାଯାଉଥିବା ରଜ ଓ ବର୍ତ୍ତମାନର ରଜପର୍ବ ମଧ୍ୟରେ ଅନେକ ଫରକ ପ୍ରତିଫଳନ ହେଉଥିଳେବି କିଛି ଗ୍ରାମର ଉତ୍ସାହୀ ଯୁବକଙ୍କ ଆପ୍ରାଣ ଉଦ୍ୟମ ଫଳରେ ଏହି ପୁରାତନ ସଂସ୍କୃତି ବଞ୍ଚି ରହିଥିବା ଓ ସେଠାରେ ଆଧୁନିକତାର ଛାପ ଷ୍ପଷ୍ଟ ବାରିହୋଇ ପଡୁଛି । ପୁର୍ବର ରଜଦୋଳି ଗୀତ ଶୁଭୁ ନଥିବାବେଳେ ଡାକବାଜି ଯନ୍ତ୍ର ମାଧ୍ୟମରେ କେବଳ ବିଭିନ୍ନ ଅଧୁନିକ ସଂଗୀତ ପ୍ରଚାର କରାଯାଉଛି । ବିଶେଷତଃ ହଦଗଡ, ଢ଼େଙ୍କା, ଡଙ୍ଗାଚୁଆ, ପୁରୁଣାପାଣି, ପ୍ରଭୃତି ଆଦିବାସୀ ଅଞ୍ଚଳରେ ଆଦିବାସୀ ଯୁବକ ଯୁବତୀ ମାନେ ଦଳଦଳ ହୋଇ ନାଚଗୀତରେ ମସଗୁଲ ଥିବା ଦେଖିବାକୁ ମିଳୁଛି । ନୂଆ ରମ୍ପାସ ଗ୍ରାମରେ ଆକର୍ଷଣୀୟ ସାଜ ସଜା ସାଙ୍ଗକୁ ସୁସଜିତ ଦୋଳି ଛୋଟ ଛୋଟ ଛୁଆ ଓ ଯୁବକ ଯୁବତୀ ମାନଙ୍କୁ ଆକୃଷ୍ଟ କରିଛି।  ସେହିପରି ପଞ୍ଚୁଗୋଛିଆ ଗାଁରେ କିଛି ଯୁବକଙ୍କ ଦ୍ୱାରା ରଜପର୍ବ ଧୁମଧାମରେ ପାଳନ କରାଯାଉଛି । ଗାଁର ଯୁବତୀମାନେ ଦଳଦଳ ହୋଇ ଦୋଳି ଖେଳିବାସହ ରଜଗୀତରେ ଗାଁଟି ପ୍ରକମ୍ପିତ ହୋଇପଡିଛି । ଆଖପାଖ ଗ୍ରାମର ଯୁବତୀମାନେ ମଧ୍ୟ ଦୋଳିଖେଳିବାକୁ ଭିଡ ଜମାଉଛନ୍ତି । ରଜ ଉତ୍ସବକୁ ସରଶ ସୁନ୍ଦର କରିବାପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛି । ସେହିପରି ମରୈଗାଁ ସତ୍ୟସାଇ ଯୁବକସଂଘ ପକ୍ଷରୁ ଧୁମଧାମରେ ରଜ ମହୋତ୍ସବ ଆୟୋଜନ କରାଯାଇ ବିଭିନ୍ନ ପ୍ରକାରର ଦୋଳି ପକାଯାଇଛି । ଏଠାରେ ରାଧାକୃଷ୍ଣଙ୍କ ପୂଜା  କରାଯାଉଥିବାବେଳେ ଛୋଟ ଛୁଆଙ୍କ ଠାରୁ ବୟଷ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଦୋଳିର ମଜା ଉଠାଉଛନ୍ତି । ଏଠାରେ ତିନିଦିନ ଧରି  ରଜ ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ ।   ସେହିପରି ଅକରୁଆ, ଶିବନାରାୟଣପୁର, ମୁଗୁପୁର, ଶାସଙ୍ଗ,  ମିଠିଗାଁ, ଢ଼େଙ୍କା, ଅଣତିରା, ଡଅଁର, ସୋସୋ, ପଢ଼ିଆରିପଲ୍ଲୀ, ବାଙ୍ଗୋର  ଆଦି ସ୍ଥାନରେ ରଜଉତ୍ସବ ଆରମ୍ଭ ହୋଇଛି । ଏହି ସବୁ ସ୍ଥାନ ମାନଙ୍କରେ ବିଭିନ୍ନ ପ୍ରକାରର ରଜଦୋଳି ସାଙ୍ଗକୁ ବିଭିନ୍ନ ପ୍ରତିଯୋଗୀତା ମାନର ଆୟୋଜନ କରାଯାଇଛି । କିନ୍ତୁ ପୁର୍ବର ସେ ରଜ ପାଳନ  ଆଉ ଦେଖିବାକୁ ମିଳୁନି । ପୁର୍ବରୁ ପ୍ରତ୍ୟେକ ଗାଁର ଝିଅମାନେ ନବବସ୍ତ୍ର ପରିଧାନ କରି ପାଖ ପଡୋଶୀ ଗାଁ ସବୁ ବୁଲି ଦୋଳି ଖେଳିବା ଆଉ ଦେଖିବାକୁ ମିଳୁନି । ପୁର୍ବରୁ ଝିଅ ବୋହୁ ମାନଙ୍କ ମଧ୍ୟରେ ଆଗ୍ରହ ଥିଲା ରଜ ଦୋଳି ଖେଳିବା । ଏଥିପାଇଁ ପ୍ରତି ଗାଁରେ ପ୍ରତିଦ୍ୱନ୍ଦିତା ଭିତିରେ ଦୋଳି ଲାଗୁଥିଲା । ଝିଅବୋହୁମାନେ ରଜପିଠା ଓ ରଜପାନ ଖାଇ ଗାଁ ଗାଁ ବୁଲି ଦୋଳି ଖେଳୁଥିଲେ । ପୁର୍ବରୁ ଗାଁ ଗାଁ ମାନଙ୍କରେ ବାଗୁଡି ଖେଳ, ତାସ ଖେଳ, ବାଡି ଖେଳ, ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହେଉଥିବାବେଳେ ଏବ ତାହା ଦେଖିବାକୁ ମିଳୁନି । ସେଦିନର ରଜ ପିଠା ଆଜି ଉଭେଇ ଗଲାଣି । ଆଜି କେବଳ ମାଛ ମାଂସରେ ଏହି ରଜ ହେଉଛି ବୋଲି ବୟସ୍କ ମାନେ ମତ ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ