ଅସ୍ତରଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର, କଲେଜରେ ନାହାନ୍ତି ଅଧ୍ୟାପକ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) :ସରକାରକୁ ଦୁଇ ବର୍ଷ ପୂରିଲା, ହେଲେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ବିକାଶର ଚିହ୍ନବର୍ଣ୍ଣ ନାହିଁ। ଜଗତସିଂହପୁର ସାଂସଦ ଶିକ୍ଷା, ସ୍ୱାସ୍ଥ୍ୟ ବିଭାଗରେ ମାଳ ମାଳ ପ୍ରତିନିଧି ନିଯୁକ୍ତ କରିଛନ୍ତି। ଏପରିକି କଲେଜରେ ବି ପ୍ରତିନିଧି ବସାଇଛନ୍ତି। କିନ୍ତୁ ଗ୍ରାଉଣ୍ଡ ଜିରୋରେ ସ୍ଥିତି ବିପରୀତ । ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ୟା ସୁଧୁରୁନି। ଦୁଇ ବର୍ଷ ତଳେ ଯେଉଁ ଅବସ୍ଥା ଥିଲା, ଆଜି ବି ସେହି ଅବସ୍ଥା। ବିଶେଷଜ୍ଞ ଡାକ୍ତର ପଦବୀ ଖାଲି, ଫାର୍ମାସିଷ୍ଟ ନାହିଁ ଆବଶ୍ୟକତା ଅନୁଯାୟୀ ନାହାନ୍ତି , ଲାବ ଟେକ୍ନିସିଆନ ନାହିଁ। ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତାଲା ପଡିଛି। ରୋଗୀ ବାଧ୍ୟ ହୋଇ ଘରୋଇ କ୍ଲିନିକ କିମ୍ବା ପୁରୀ, କଟକ, ଭୁବନେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଦୌଡୁଛନ୍ତି। ସ୍ଥାନୀୟ ବାସିନ୍ଦା ଗଣେଶ ସ୍ୱାଇଁ କହିଛନ୍ତି, “ସାଂସଦ ପ୍ରତିନିଧି କ’ଣ କରୁଛନ୍ତି ଜାଣିନୁ। ସ୍ୱାସ୍ଥ୍ୟକେନ୍ଦ୍ରକୁ ଗଲେ ଭଲ ଡାକ୍ତର ନାହାନ୍ତି । କଲେଜରେ ପାଠପଢା ହେଉନି, ନା ଅସ୍ତରଙ୍ଗ ବ୍ଲକ ଅଂଚଳରେ ଥିବା କଲେଜ ଭିତ୍ତି ଭୂମି ସୁଦୃଢ ଅଛି ହେଲେ ପ୍ରତିନିଧି ଅଛନ୍ତି। ଏହା କି ପ୍ରକାର ବିକାଶ?” ଲୋକେ ପ୍ରଶ୍ନ କରୁଛନ୍ତି, ଦୁଇ ବର୍ଷରେ ଅସ୍ତରଙ୍ଗ ଅଞ୍ଚଳରେ କେତେ ଡାକ୍ତର ପଦବୀ ପୂରଣ ହେଲା? କେତେ କଲେଜ ବିକାଶ ହେଲା? କେବଳ ପ୍ରତିନିଧି ନିଯୁକ୍ତି କ’ଣ ବିକାଶ? ପ୍ରଶାସନ ନିରବ, ସାଂସଦଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।ସାଂସଦ କେବେ ଅସ୍ତରଙ୍ଗ ଅଞ୍ଚଳପ୍ରତି ଦୃଷ୍ଟି ଦେବେ ତାହା ହିଁ ସମୟ କହିବ।


