ବିଜେପି ପକ୍ଷରୁ ପଞ୍ଚାୟତ ସ୍ତରୀୟ ବୈଠକ
ମାଲକାନଗିରି, (ମନୋଜ କୁମାର ସାହା): ଆଜି ମାଲକାନଗିରି ବ୍ଲକ ସିଖପାଲ୍ଲି ମଣ୍ଡଲର ତଣ୍ଡିକି ପଞ୍ଚାୟତର ଚିଡିପାଲ୍ଲୀ ଗ୍ରାମରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପଞ୍ଚାୟତ ସଶକ୍ତ କରଣ ପାଇଁ ଏକ ଜନ ସମ୍ପର୍କ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ସୁଶାସନର ୧୨ବର୍ଷ ପୂର୍ତ୍ତି ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ବର୍ଷର ସୁଶାସନର ସଫଳତା କୁ ନେଇଏହି ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନରସିଂହ ମାଡକାମି ଯୋଗ ଦେଇ ଭାଜପା ସରକାର ତଥା ମୋଦୀଙ୍କ ଦୃଢ଼ ନେତୃତ୍ୱ, ସଂସ୍କାର ଏବଂ ଜନ କଲ୍ୟାଣମୂଳକ ନୀତି ଦ୍ୱାରା ୨୦୧୪ ରୁ ୨୦୨୬ ମଧ୍ୟରେ ଭାରତ ବିଭିନ୍ନ କ୍ଷେତ୍ରରେ ଅଭୂତପୂର୍ବ ପ୍ରଗତି ହାସଲ କରିବା ଏବଂ ବିଶେଷ କରି ଗ୍ରାମାଞ୍ଚଳ କୁ ପ୍ରାଧାନ୍ୟ ଦେଇ ହୋଇଥିବା ବିଭିନ୍ନ ଜନ କଲ୍ୟାଣ ଯୋଜନା ବିଷୟରେ ଅଵଗତ କରାଇଥିଲେ । ଏଥିସହ ଚିଡିପାଲ୍ଲୀ ଗ୍ରାମରେ ଥିବା ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିବା ସହ ଅତିଶୀଘ୍ର ଏହି ସବୁ ସମସ୍ୟା ର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ। ବିଶେଷ କରି ଗ୍ରାମରେ ରହିଥିବା ପାନୀୟ ଜଳ ସମସ୍ୟାକୁ ଅତି ଶୀଘ୍ର ପୂରଣ କରିବାକୁ କାର୍ଯ୍ୟକ୍ରମରେ ପ୍ରତିଶୃତି ଦେଇଥିଲେ । ଆଜିର ଏହି ବୈଠକରେ ସ୍ଥନୀୟ ସରପଞ୍ଚ ବାବୁଲା ପଡ଼ିଆମୀ ,ସମିତି ସଭ୍ୟ ଆଇତା ପଡ଼ିଆମି, ପୂର୍ବତନ ସରପଞ୍ଚ ଦେବା ମୁଚାକି,ନାରୀ ନେତ୍ରୀ ଦେବୀ ମାଡି, ଶିଖପାଲ୍ଲି ମଣ୍ଡଳ ସଭାପତି ବାଁଣ୍ଡି ମାଡକାମୀ, ବ୍ଲକ୍ ଉପାଧକ୍ଷ ନିରଞ୍ଜନ ହାଲଦାର ,ଅନନ୍ତ ମିସ୍ତ୍ରୀ, ଦୀପଙ୍କର ମଣ୍ଡଳ ସହ ୨ମଣ୍ଡଳ ସମ୍ପାଦକ ଉପସ୍ଥିତ ରହିଥିଲେ l ପ୍ରବଳ ରୌଦ୍ର ସତ୍ତ୍ୱେ ଏହି କାର୍ଯ୍ୟକ୍ରମ ରେ ୫୦୦ ଉର୍ଧ୍ଵ ଗ୍ରାମବାସି ସମବେତ ହୋଇଥିଲେ।


