ସଂକ୍ରାନ୍ତି ରଜ ପର୍ବରେ ମା ସିଂହାସନୀଙ୍କ ପୀଠରେ ଏକ ଲକ୍ଷରୁ ଊର୍ଦ୍ଧ୍ଵ ଶ୍ରଦ୍ଧାଳୁଙ୍କ ସମାଗମ
ପୋଲସରା (ଅନୀଲ କୁମାର ମହାରଣା): ପୋଲସରା ବ୍ଲକ ଅନ୍ତର୍ଗତ ପାଣ୍ଡିରିପଡା ପଞ୍ଚାୟତର କଷିପଡା ଗ୍ରାମର ମା’ ସିଂହାସନଙ୍କ ଶକ୍ତି ପୀଠରେ ତିନି ଦିନ ଧରି ରଜପର୍ବ ଆଜି ହେଉଥିବା ବେଳେ ଦ୍ବିତୀୟ ରଜ ବା ରଜ ସଂକ୍ରାନ୍ତି ଦିନ ଏକ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ୧୫-୬-୨୬ ତାରିଖ ସକାଳ ସମୟରୁ ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ସମାଗମ ଲାଗିଥିଲା। ଚଳିତ ବର୍ଷ ପ୍ରବଳ ଗରମ ସତ୍ତ୍ୱେ ସଂକ୍ରାନ୍ତି ରଜରେ ଏକ ଲକ୍ଷରୁ ଊର୍ଦ୍ଧ୍ଵ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏହା କୁ ଦୃଷ୍ଟିରେ ରଖି ମନ୍ଦିର କମିଟିର ସଦସ୍ୟ ଓ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ଓ ଅନ୍ୟାନ୍ୟ ଆବଶ୍ୟକୀୟ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇ ସୁପରିଚାଳନା କରିଥିଲେ। ଏଥିସହ କମିଟିର କର୍ମକର୍ତ୍ତାଙ୍କ ସମେତ ଚିରିକିପଡା ଶାସନ, ଭାବରଡା , ଗୋଛାବାଡି ଓ ପାଣ୍ଡିରିପଡା ପଞ୍ଚାୟତର ଲୋକଙ୍କ ସହଯୋଗରେ ରଜ ସଂକ୍ରାନ୍ତି ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଥିଲା। ମନ୍ଦିର ପରିଚାଳନା କମିଟି ସଭାପତି ତଥା ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମା ସିଂହାସନୀଙ୍କ ଶକ୍ତି ପୀଠରେ ପହଞ୍ଚି ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ। ଉପସଭାପତି ପ୍ରଭାକର ପଣ୍ଡା ଓ ଦୀପକ ପ୍ରଧାନ, ସମ୍ପାଦକ ରଘୁନାଥ ପ୍ରଧାନ, ସ୍ଥାନୀୟ ସରପଞ୍ଚ ରଘୁନାଥ ଭୂୟାଁ , ଭଗବାନ ସାହୁ, ପ୍ରତିନିଧି ମନୁ ଗୌଡ଼, ପୀତବାସ ପ୍ରଧାନ, ରବୀନ୍ଦ୍ର ନାୟକ , କୈଳାଶ ମହାରଣା, ବିପ୍ରଚରଣ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ବିପିନ ପ୍ରଧାନ, ଚନ୍ଦ୍ରଶେଖର ଗୌଡ, କୃଷ୍ଣ ଚନ୍ଦ୍ର ଜେନା, ଶଙ୍କର୍ଷଣ ଗୌଡ଼ଙ୍କ ସମେତ କମିଟିର ଅନ୍ୟ ସଦସ୍ୟ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ରହି ସହଯୋଗ କରିଥିଲେ। ଗଞ୍ଜାମ ଏସପି ହରିସା ବି.ସି ଙ୍କ ନିର୍ଦ୍ଦେଶକ୍ରମେ ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ, ପୋଲସରା ଆଇଆଇସି କୌଶିକ ମାଝୀ, ଅନ୍ୟ ପୋଲିସ ଅଧିକାରୀ, ପୋଲିସ ଫୋର୍ସ ଓ ପ୍ରଶାସନିକ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିବା ସହିତ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିଥିଲେ।


