ବକ୍ସାଇଟ ଡମ୍ପିଙ୍ଗ ନିଷ୍ପତି ବିରୋଧରେ ୧୨ ଦିନରେ ପହଁଚିଲା ଧାରଣା, ପଦକ୍ଷେପ ନନେଲେ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଧାରଣା
ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ବ୍ଲକ ତଥା ଅମ୍ବାଦଳା ଥାନା ଅନ୍ତର୍ଗତ ଦହିଖାଲ ଠାରେ ବେଦାନ୍ତ ଆଲୁମିନା କମ୍ପାନୀ ପକ୍ଷରୁ ଅତି ନିକଟ ଭବିଷ୍ୟତରେ ଦହିଖାଲ ଗ୍ରାମ ନିକଟରେ ବକ୍ସାଇଟ ଡମ୍ପିଙ୍ଗ କରିବାକୁ ନିଷ୍ପତି ନେବା ସହ ଏହାର କାର୍ଯ୍ୟ ଆରମ୍ଭ କରିବାକୁ ମଧ୍ୟ ନିଷ୍ପଭି ନିଆଯାଇଥିବା ଜଣାପଡିଛି। ଯାହାକୁ ନେଇ ଏବେ ଦହିଖାଲ ଓ ଏହାର ଆଖପାଖ ଅଞ୍ଚଳର ସର୍ବସାଧାରଣ ଗ୍ରାମବାସୀ ବର୍ତ୍ତମାନ ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଗତ ୫ ତାରିଖରୁ ହାଟଦହିଖାଲର ହାଟପଦା ଠାରେ ଦୀର୍ଘ ୧୧ ଦିନ ଧରି ଶାନ୍ତିପୂର୍ଣ ରିଲେ ଧାରଣାରେ ବସି ରହିଛନ୍ତି। ଏନେଇ ଆନ୍ଦାଳନକାରୀ ମାନଙ୍କ ତରଫରୁ ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ,ଥାନା ଅଧିକାରୀ ଏବଂ ଗୋଷ୍ଠୀ ଉନୟନ ଅଧିକାରୀଙ୍କ ନିକଟକୁ ଏହାକୁ ବନ୍ଦ କରିବାକୁ ନେଇ ଲିଖିତ ଭାବେ ଅନୁରୋଧ କରିଥିବା ସହ ଉଚିତ ପଦକ୍ଷେପ ନେବାକୁ ଲିଖିତ ଅନୁରୋଧ କରିଥିଲେ। ଏହି ନିଷ୍ପରି ସ୍ଥାନୀୟ ଜନସାଧାରଣଙ୍କ ଜୀବନ, ସ୍ବାସ୍ଥ୍ୟ, ପରିବେଶ ଏବଂ ଜୀବିକା ଉପରେ ଗୁରୁତର କୁପ୍ରଭାବ ପକାଇବା ସହିତ ଅତ୍ୟନ୍ତ କ୍ଷତିକାରକ ଓ ଅମାନବିକ ଅଟେ । ବକ୍ସାଇଟ ଡମ୍ପିଙ୍ଗ କାର୍ଯ୍ୟ ଦ୍ବାରା ଭାରୀ ଯାନବାହନର ଚଳାଚଳ ବୃଦ୍ଧି ପାଇବ, ଧୂଳିକଣା ଓ ବାୟୁ ପ୍ରଦୂଷଣ ସୃଷ୍ଟି ହେବ, ଯାହା ଫଳରେ ଲୋକ ମାନେ ବିଭିନ୍ନ ପ୍ରକାର ଶ୍ବାସଜନିତ ଏବଂ ଚର୍ମ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ଏହା ସହିତ ପରିବେଶ ଓ ସାଧାରଣ ଜନଜୀବନ ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହେବ। ଅନ୍ୟପଟେ ଏହି ନିଷ୍ପତି ପାଇଁ ମିଥ୍ୟା ଗ୍ରାମସଭା କରାଯାଇଥିବା ନେଇ ଆମେ ଶୁଣିବାକୁ ପାଇଲୁ ଯାହା ସମ୍ପୂର୍ଣ ଭାବେ ବେନିୟମ ଏବଂ ଏହାର ତଦନ୍ତ କରାଯାଉ ବୋଲି ଆନ୍ଦାଳନଜାରୀ ମାନେ କହିବା ସହ ଜନସ୍ବାର୍ଥ, ପରିବେଶ ସୁରକ୍ଷା ଓ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖ୍ ଉକ୍ତ ବକ୍ସାଇଟ ଡମ୍ପିଙ୍ଗ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ପ୍ରଶାସନ ହସ୍ତକ୍ଷେପ ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିନମ୍ର ନିବେଦନ କରୁଅଛୁ। ଏଥିସହ ମଙ୍ଗଳବାର ମୁନିଗୁଡା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଯୁଗ ଅଭିଯୋଗ ଶୁଣାଣୀରେ ମଧ୍ୟ ଯାଇ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆଲୋଚନା ଓ ଅଭିଯୋଗ କରିବୁ। ପ୍ରଶାସନ ପକ୍ଷରୁ ତୁରନ୍ତ ହସ୍ତକ୍ଷେପ କରି ଉଚିତ ପଦକ୍ଷେପ ଗ୍ରହଣ କରି ବକ୍ସାଇଟ ଡମ୍ପିଙ୍ଗ କାର୍ଯ୍ୟ ନିଷ୍ପତିକୁ ସ୍ଥାୟୀ ଭାବରେ ବନ୍ଦ କରାଯାଉ। ସମସ୍ୟାର ଚୂଡ଼ାନ୍ତ ସମାଧାନ ନହେବା ପର୍ଯ୍ୟନ୍ତ ଆମେ ଧାରଣା ସମୟରେ ଆଇନ ଶୃଙ୍ଖଳା ଏବଂ ଶାନ୍ତି ବଜାୟ ରଖାଯିବ ଏବଂ ଶାନ୍ତିପୂର୍ଣ୍ଣ ରିଲେ ଧାରଣାରେ ବସି ରହିବୁ ବୋଲି ରାଧାମାହୋନ ଟାକ୍ରି,ଦଶରଥ ସୁନାନି,ଭୀମରାଜ ସିକାକା, ଆବ୍ରାହାମ ଗଣ୍ଟା,ସୁବାଷ ପୋତାଲି, ଗୋପାଳକୃଷ୍ଣ ମାଝି,ଚକ୍ରପାନି କୌଶଲ୍ୟା,ଅଜିତ ବାଥିଲିଆ,ଲବ ସିକକା, ରାମ ସିକକା,କର୍ଲୁ ଆସାରୀ,କୈଳାଶ ଟାକ୍ରୀ ପ୍ରମୁଖଙ୍କ ସମେତ ଅନେକ ଆନ୍ଦାଳନକାରୀ ମାନେ ପ୍ରକାଶ କରିଛନ୍ତି।


