ତିଖିରୀ ସରପଞ୍ଚ ଚାମେଲୀ ଓଝାଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ମଣ୍ଡଳୀ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ବିଜୁ ଜନତା ଦଳର ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ ଏକ ବିଜେଡି ପ୍ରତିନିଧି ମଣ୍ଡଳୀ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଥିବା ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏଥିସହିତ ଶ୍ରୀ ମହାନ୍ତି ଘଟଣା ସମ୍ପର୍କରେ ସୁଶ୍ରୀ ଓଝାଙ୍କ ଠାରୁ ସମସ୍ତ ବିଷୟ ଅବଗତ ହେବା ସହ ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ହୃଦବୋଧ କରିଥିଲେ। ସୁଶ୍ରୀ ଓଝାଙ୍କୁ ତୁରନ୍ତ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯିବାକୁ ପୂର୍ବତନ ବିଧାୟକ ଶ୍ରୀ ମହାନ୍ତି ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। ପିଡିତାଙ୍କୁ ନ୍ୟାୟ ପ୍ରଦାନରେ ବିଳମ୍ବ ହେଲେ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମହାନ୍ତି ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ରୀ ମହାନ୍ତିଙ୍କ ସହିତ ବରିଷ୍ଠ ବିଜେଡି ନେତା ଶରତ କୁମାର ବେହୁରା, ହିବ୍‌ଜୁର ରହେମାନ, କାଳି ପ୍ରସାଦ ମିଶ୍ର, ରାଜେଶ କୁମାର ମହାନ୍ତି, ସୁରେଶ କୁମାର ମର୍ଦ୍ଦରାଜ, ସେକ ଚାନ୍ଦ, ସୁଜୟ କୁମାର ଦାସ, ସୈାମେନ୍ଦ୍ର ପୃଷ୍ଟି, ସେକ ଚନ୍ଦନ, ଶଶୀକାନ୍ତ ବଳ, ଆଦିତ୍ୟ କୁମାର ପତି, କାଳୀ ପ୍ରସାଦ ପଣ୍ଡା, ଲୋପାମୁଦ୍ରା ବାରିକ, ରଶ୍ମୀରଞ୍ଜନ ରାଉତ, ହିରଣ୍ୟ ପଣ୍ଡା, ସେକ ନସୁରୁଦ୍ଦିନ, ସେକ ଇମ୍ରାନ, ଆକାଶ ବେହେରା, ସିଦ୍ଧାର୍ଥ ଜେନା, ମନା ସାହୁ, ମିନତୀ ପରିଡା, ଟିକା ଖାଁ, ସେକ କମିର ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ