ଯୁକ୍ତ ଦୁଇ ପରୀକ୍ଷାରେ ଏ ୱାନ ଗ୍ରେଡ ବିଦ୍ୟାର୍ଥିଙ୍କୁ ବିଧାୟକ ମେଧା ସମ୍ମାନ
ଧାମନଗର (ଓ୍ବାଇଏନଏସ): ଧାମନଗର ଭାରତୀୟ ଜନତା ପାର୍ଟି ସହରୀ ମଣ୍ଡଳ ତରଫରୁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଏ ୱାନ ଗ୍ରେଡ ପ୍ରାପ୍ତ ବିଦ୍ୟାର୍ଥିଙ୍କୁ ବିଧାୟକ ମେଧା ସମ୍ମାନ ପ୍ରଦାନ କରାଯାଇଛି। ସୋମବାର ବରଷକ ପରେ ଆସିଛି ରଜ ଦିତୀୟ ରଜ ପର୍ବ ପାଳନ ଉପଲକ୍ଷେ ଧାମନଗର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ସମୀର କୁମାର ଗୋସ୍ୱାମୀଙ୍କ ସଂଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ଧାମନଗର ବିଧାୟକ ତଥା ମନ୍ତ୍ରୀଙ୍କ ନଗର ପ୍ରତିନିଧି କୈଳାସ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବରେଣ୍ୟ ଅତିଥି ଭାବେ ସାଂସଦ ନଗର ପ୍ରତିନିଧି ସରୋଜ ମହାପାତ୍ର, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସେଠୀ, ମନୋଜ କୁମାର ସିଂହ, ମନ୍ମଥ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି ଚଳିତ ବର୍ଷ ବିଜ୍ଞାନ ପରୀକ୍ଷାରେ ବିଭିନ୍ନ ଵର୍ଗର ଏ ୱାନ ଗ୍ରେଡ ପାଇଥିବା ଛାତ୍ରଛାତ୍ରୀ ତଥା ତୃପ୍ତିମୟୀ ରାଉତ, ସାଦିୟା ପରୱେନ୍,ରିତୁପର୍ଣ୍ଣା ରାଉତ ସମେତ ୮ ଜଣଙ୍କୁ ବିଧାୟକ ମେଧା ସମ୍ମାନ ପ୍ରଦାନ ସହ ପ୍ରଶଂସନୀୟ ପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ବିଦ୍ୟାଳୟ ଶିକ୍ଷକ ଓ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ।


