ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ ସମାଜସେବୀ

ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ )ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ କରବାଲୁଆ ରୁ  ମହେନ୍ଦ୍ରଗିରି ମେଳା ଦର୍ଶନ ରେ ଯାଇ ଫେରିବା ବେଳେ ଟାଟା ଏ ସି ଟି ଅଣ୍ଡଅଣ୍ଡା ନିକଟରେ ଓଲଟି ପଡିଥିଲା.ଏଥିରେ  ବସିଥିବା ତିନିଜଣ ଲୋକ  ମୃତ୍ୟୁ ବରଣ କରିଥିବା ବେଳେ ବାକି ସମସ୍ତେ ଗୁରୁତର ଭାବେ ଆହତ ହୋଇଥିଲେ.ଗୁରୁତର ମାନେ ବ୍ରହ୍ମପୁର ବଡ଼ ମେଡିକାଲ ରେ ଚିକିତ୍ସାଧୀନ ରହିଥିବା ବେଳେ ସେମାନଙ୍କୁ ଭେଟିଛନ୍ତ ଯୁବ ସମାଜସେବୀ ଶଙ୍କର ପ୍ରସାଦ ପ୍ରଧାନ. କିଛି ଗୁରୁତର ଙ୍କ ମଧ୍ୟ ରୁ ସୁସ୍ଥ ହୋଇ ଘର କୁ ଫେରିଥିବା ବେଳେ ବାକି 10 ରୁ ଉର୍ଦ୍ଧ ବର୍ତ୍ତମାନ ମଧ୍ୟ ଚିକିତ୍ସାଧୀନ.ସେମାନଙ୍କ ସହ ଆଲୋଚନା କରି ସମସ୍ୟା ପଚାରି ବୁଝି ଆଶ୍ୱାସନା ଦେଇଛନ୍ତି ଶଙ୍କର.ଡାକ୍ତରଖାନା କର୍ତ୍ତୃପକ୍ଷ ସହ ଭେଟି ଆହତ ବ୍ୟକ୍ତି ଙ୍କୁ କେମିତି ଉତ୍ତମ ଚିକିତ୍ସା ର ସୁବିଧା ମିଳିବ ଓ ସେମାନଙ୍କ ପ୍ରତି ଯତ୍ନ ଯତ୍ନବାନ ହେବେ ସେଥିପାଇଁ ଗୁରୁତ୍ୱ ଦେବାକୁ ଅନୁରୋଧ ମଧ୍ୟ କରିଛନ୍ତି.ମହାପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ଆହତ ବ୍ୟକ୍ତି ଙ୍କ ଆଶୁ ଆରୋଗ୍ୟ କାମନା ସହିତ ମୃତକ ପରିବାର କୁ ସମବେଦନା ମଧ୍ୟ ଜଣେଇଛନ୍ତି.
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ