ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଆସିକା (ୱାଇଏନ୍‍ଏସ୍‍) :ଚାପଗ୍ରସ୍ତ ଜୀବନରେ ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରାଣାୟମ ଓ ଯୋଗାସନର ଆବଶ୍ୟକତା ଜରୁରୀ । ପ୍ରାଚୀନ କାଳରେ ମୁନିଋଷି ମାନେ ଯୋଗ ଓ ପ୍ରାଣାୟମ ସାଧନା କରି ନିରୋଗ ରହିବା ସହ ଦୀର୍ଘଜୀବୀ ହେଉଥିଲେ । ଆଜିର ପ୍ରତିଯୋଗିତାମୂଳକ ଏବଂ ଚାପଗ୍ରସ୍ତ ଦୈନନ୍ଦିନ ଜୀବନରେ ଦୁଃଖ, କ୍ଳେଶ ଓ ବିଷାଦକୁ ଦୂରେଇବା ପାଇଁ ହେଲେ ଯୋଗାଭ୍ୟାସ ଓ ପ୍ରାଣାୟମ ନିତାନ୍ତ ଆବଶ୍ୟକ । ଯାହା ମାଧ୍ୟମରେ ଜଣେ ବ୍ୟକ୍ତି ଶାରିରୀକ ସ୍ତରରେ ସୁସ୍ଥ ରହିବା ସହିତ ମସ୍ତିଷ୍କ ଓ ମାନସିକ ସ୍ତରରେ ଶାନ୍ତି ପାଇପାରିବ ବୋଲି ପ୍ରକାଶ କରିବା ସହ ଯୋଗପ୍ରେମୀ ମାନଙ୍କୁ ମନ ଏବଂ ଶରୀର ଉପରେ ଯୋଗ ଓ ପ୍ରାଣାୟମର ବ୍ୟାପକ ସୁପ୍ରଭାବ ପଡୁଥିବାରୁ ସାଧାରଣ ଜନତା ନିୟମିତ ଯୋଗାଭ୍ୟାସ କରିବା ପାଇଁ ଆସିକା ହାଟପଦା ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିରରେ ରବିବାର ଅନୁଷ୍ଠିତ ବିଶ୍ୱ ଯୋଗଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଯୁବ ବିଜେପି ନେତା ସଂଦୀପ କୁମାର ପାଢୀ ଏବଂ ଆସିକା ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀର ପୂର୍ବତନ ସଭାପତି ତଥା ଚିନ୍ମୟ ମିଶନ୍‍ ଆସିକା ଶାଖାର ସଂପାଦକ ନିରଞ୍ଜନ ମହାନ୍ତି ମତବ୍ୟକ୍ତ କରିଥିବା ଲକ୍ଷ୍ୟ କରାଯାଇଛି । ଆସିକା ହାଟପଦା ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିରର ମୁଖ୍ୟ ଚିକିତ୍ସାଧିକାରୀ ତଥା ବରିଷ୍ଠ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ରୂପେ ଯୋଗଗୁରୁ ଗୁଣ୍ଡିଚା ମହାରଣା ଯୋଗଦେଇ ଉପସ୍ଥିତ ସଚେତନ ନାଗରିକଙ୍କୁ ଯୋଗଶିକ୍ଷା ପ୍ରଦାନ କରିଥିଲେ । ଆସିକା ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର ପରିସରରେ ଅନୁଷ୍ଠିତ ବିଶ୍ୱ ଯୋଗଦିବସ ପାଳନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ, ଫାର୍ମାସିଷ୍ଟ ରୀନା କୁମାରୀ ପ୍ରଧାନ, ନର୍ସିଂ କର୍ମଚାରୀ ଅର୍ଚ୍ଚନା ମହାନ୍ତି, କର୍ମଚାରୀ ସମୀର କୁମାର ପଟ୍ଟନାୟକ ଓ ଜଗନ୍ନାଥ ମିଶ୍ର, ନିରାପତ୍ତାରକ୍ଷୀ ବିପିନ୍‍ ନାହାକ, ଯୋଗଗୁରୁ ଗୁଣ୍ଡିଚା ମହାରଣା ପ୍ରମୁଖ ଯୋଗଦେଇ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଯୋଗ ଏକ ଶକ୍ତିଶାଳୀ ମାଧ୍ୟମ ହୋଇଥିଲା ବେଳେ ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ସକାଶେ ଯୋଗ ଓ ପ୍ରାଣାୟମ ଏକମାତ୍ର ବିକଳ୍ପ ବୋଲି ପ୍ରକାଶ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ