ଆନ୍ତର୍ଜାତୀୟ ଯୋଗ ଦିବସ
ନାଉଗାଁ ,(ପ୍ରଦୋଷ ମହାନ୍ତି):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣାହାଟ ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ ପରିସରରେ ୧୨ମ ଆନ୍ତର୍ଜାତୀୟ ଯୋଗ ଦିବସ ଏକ ବର୍ଣ୍ଣାଢ୍ୟ ପରିବେଶରେ ପାଳିତ ହୋଇଯାଇଛି । ଚିକିତ୍ସାଧିକାରୀ ଡ଼ା ତୁଷାରକାନ୍ତି ଦାଶଙ୍କ ପରାମର୍ଶ କ୍ରମେ ହୋମିଓ ଚିକିତ୍ସା ସହାୟିକା ମନ୍ଦାକିନୀ ସାହୁ , ବୈଷ୍ଣବ ଚରଣ ପରିଡା ଓ ମନୋଜ କୁମାର ବାରିକଙ୍କ ସହଯୋଗରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି | ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ର ବିଷୟବସ୍ତୁ ” ନିରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ “ଉପରେ ଆଲୋଚନା ହୋଇଥିଲା। ଏହି ଶିବିରରେ ଶ୍ରୀନିବାସ ଦାସ, ପ୍ରଫୁଲ୍ଲ ସାହୁ ,ରଞ୍ଜିତ ରାୟ , କରୁଣାକର ମଲ୍ଲିକ ଆଦି ବହୁ ବରିଷ୍ଠ ବ୍ୟକ୍ତି ଯୋଗ ଶିବିରରେ ଯୋଗ ଦେଇ ଯୋଗ ପ୍ରଶିକ୍ଷିକା ଶିବାନୀ ପରିଡାଙ୍କ ଦ୍ୱାରା ଯୋଗର ବିଭିନ୍ନ ଆସନ, ପ୍ରାଣାୟାମ, ସୂର୍ଯ୍ୟ ନମସ୍କାର,ଶିକ୍ଷାଲାଭ କରିଥିଲେ।


