ବୃକ୍ଷ ରୋପଣ କାର୍ଯ୍ୟକ୍ରମ
କୋଣାର୍କ (ଓ୍ବାଇଏନଏସ): ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା କ୍ଷେତ୍ରର ଲୋକପ୍ରିୟ ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମଦିନର ଅବସରରେ ଭାରତୀୟ ଜନତା ପାର୍ଟି କାକଟପୁର ଗୋପ ନିର୍ବାଚନ ମଣ୍ଡଳୀ -ଯୁବମୋର୍ଚ୍ଚା ପକ୍ଷରୁ ଗ୍ରାମ୍ୟ ପୋଦନା ପଡ଼ିଆ ଠାରେ ଆତ, ଶାଗୁଆନ, ଝାଉଁ, ଅର୍ଜୁନ ୧୦୦ ରୁ ଅଧିକ ବୃକ୍ଷ ରୋପଣ କରିବା ସହ ମିଷ୍ଟାନ୍ନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଅଛି । କାକଟପୁର ଗୋପ ବ୍ଲକର ଯୁବନେତା ବିଶ୍ଵ ରଞ୍ଜନ ଦଳାଇ ଓ ଜଗତସିଂହପୁର ସାଂସଦ ପୁରୀ ଜିଲ୍ଲା ପ୍ରତିନିଧି ରାକେଶ ବିଶ୍ବାଳ ଙ୍କ ନେତ୍ଵତ୍ୱରେ ବରିଷ୍ଟ ନେତୃମଣ୍ଡଳୀ କେଦାର ନାଥ ସାହୁ , ଭବାନୀ ଶଙ୍କର ମହାନ୍ତି , ପ୍ରେମାନନ୍ଦ ପାତ୍ର , ଅନନ୍ତ ଚରଣ ସାହୁ , ରଞ୍ଜନ କୁମାର ପାତ୍ର, ପ୍ରଫୁଲ୍ଲ ସ୍ଵଇଁ , ପୂର୍ବତନ ସରପଞ୍ଚ ବାବୁଲାଲ ସ୍ବାଇଁ,ପ୍ରଭାତ ପାତ୍ର , ଚନ୍ଦ୍ରମଣି ତ୍ରିପାଠୀ , ଶରତ ମାହାରଣା , ରଘୁନାଥ ବିଶ୍ବାଳ , ଦିବ୍ୟସିଂହ ମହାନ୍ତି , ବିଦ୍ୟାଧର ବିଶ୍ଵାଳ , ପ୍ରଶାନ୍ତ ସାହୁ ପ୍ରମୁଖ ଯୋଗ ବୃକ୍ଷ ରୋପଣ କରି କେନ୍ଦ୍ର ମନ୍ତ୍ରୀଙ୍କ ଜନ୍ମ ଦିନ ପାଳନ କରିଥିଲେ ।


