ବାବା ଅଗସ୍ତିଶ୍ୱର କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ଛତ୍ରପୁର, (ଓ୍ବାଇଏନଏସ):  ଛତ୍ରପୁର ନିକଟସ୍ଥ ଟି. ନୁଆଁଗାଁ ପଡିଆରେ ଶ୍ରୀ ଶ୍ରୀ ବାବା ଅଗସ୍ତିଶ୍ୱର କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି | ଏହାକୁ  ଭାରତୀୟ ଜନତା ପାର୍ଟି ର ଯୁବନେତା ବନମାଳି ସେଠି ଏବଂ ଛତ୍ରପୁର ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ମୁନା ଦାସ ଅତିଥି ଭାବେ ଯୋଗଦେଇ ଯୋଗଦେଇ  ଶୁଭ ଉଦଘାଟନ କରିଥିଲେ  | ଏହାସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ  l ୮ ଟି ଦଳ ଏହି ଟୁର୍ନାମେଣ୍ଟ ରେ ଅଂଶ ଗ୍ରହଣ କରିଥିଲେ | ରାଜ୍ୟ ବାହାରୁ ମଧ୍ୟ୍ୟ କିଛି ଦଳ ସାମିଲ ହୋଇଥିଲେ | ରବିବାର ଫାଇନାଲ ମ୍ୟାଚ ରଙ୍ଗେଈଲୁଣ୍ଡା ଓ ସୋମପେଣ୍ଠା ଦଳ ମଧ୍ୟରେ ହେବ | ବିଜୟୀ ଦଳ କୁ ୩୦ ହଜାର ଓ ଉପବିଜେତା ଦଳ କୁ ୨୦ ହଜାର ଟଙ୍କା ମିଳିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା | ଏହି ଟୁର୍ନାମେଣ୍ଟ କୁ ଶ୍ରୀରାମ ଦାସ ଓ ଅରୁଣ ଦାସ ପରିଚାଳନା କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ