ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ
ହାଟଡିହି, (ଓ୍ବାଇଏନଏସ): ହାଟଡିହି ବ୍ଲକ ମରେଇଗାଁ ପଞ୍ଚାୟତରେ ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷ ଓ କେନ୍ଦ୍ର ସରକାରଙ୍କ ୧୨ବର୍ଷ ପୂର୍ତ୍ତି ଉପଲକ୍ଷେ ‘ବିକାଶର ଧାରା ଓଡିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମରେଇଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ସତ୍ୟଭାମା ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହାଟଡିହି ବ୍ଲକ ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବିଜେପି ନେତା ହରମୋହନ ଶାସିନି, ପୂର୍ବତନ ସରପଞ୍ଚ ସୁଦାମ ଚରଣ ଜେନା, ନାଏବ ସରପଞ୍ଚ ବିଶ୍ୱନାଥ ଜେନା ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ତାଙ୍କ ଶାସନର ୨ବର୍ଷ ଭିତରେ ଲୋକମାନଙ୍କ ପାଇଁ କାର୍ଯ୍ୟକାରୀ କରିଥିବା ବିଭିନ୍ନ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ। ସରକାର କାର୍ଯ୍ୟକାରୀ କରୁଥିବା ଯୋଜନା ଗୁଡିକର କିପରି ସଫଳ ରୂପାୟନ ହେବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ହିତାଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ କାର୍ଡ ବଣ୍ଟନ କରାଯାଇଥିଲା। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାଗଣା ସେବା ଯୋଗାଇବା ସହିତ ମିଶନ ଶକ୍ତି ପକ୍ଷରୁ ହସ୍ତଶିଳ୍ପୀ ସାମଗ୍ରୀ ଗୁଡିକ ପଦର୍ଶନ କରାଯାଇଥିଲା। ଏଥିରେ ମରେଇଗାଁ ପଞ୍ଚୟତର ସମସ୍ତ ୱାର୍ଡ ସଭ୍ୟସଭ୍ୟା, ମିଶନ ଶକ୍ତି ର କର୍ମକର୍ତ୍ତା ଓ ଶତାଧିକ ଗ୍ରାମବାସୀ ଯୋଗଦେଇଥିଲେ।


