୧୯୮୨ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ
ନାଉଗାଁ , (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ କଣ୍ଟୁଣିଆ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୮୨ ମସିହା ମାଟ୍ରିକ ବ୍ୟାଚ୍ ର ଏକ ବନ୍ଧୁମିଳନ ଉତ୍ସବ ରବିବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୪୪ ବର୍ଷ ପରେ ବନ୍ଧୁ ଏକାଠି ହୋଇ ହଜି ଯାଇଥିବା ସ୍ମୃତିକୁ ମନେପକାଇ ଭାବବିହ୍ବଳ ହୋଇପଡିଥିଲେ। ବିଦ୍ୟାଳୟ ର ପୁରାତନ ଶିକ୍ଷକ ମାନଙ୍କ ମଧ୍ୟରୁ ପରମାନନ୍ଦ ମହାପାତ୍ର, ସାଧୁ ଚରଣ ଲେଙ୍କା , ଦାମୋଦର ଭୋଳ କମଳାକାନ୍ତ ସାହୁ , ସରୋଜ ମହାନ୍ତି , ପୂର୍ଣ୍ଣ ଚନ୍ଦ୍ର ଭୋଳ ଆଦି ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଗୁରୁପୂଜନ କରିଥିଲେ । ଏହି ବନ୍ଧୁମିଳନ ଉତ୍ସବରେ ୫୦ରୁ ଉର୍ଦ୍ଧ ବନ୍ଧୁ ଯୋଗ ଦେବା ସହିତ ସେମାନଙ୍କର ପରିବାରଙ୍କୁ ମଧ୍ୟ ଏଥିରେ ସାମିଲ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୂର୍ଯ୍ୟକାନ୍ତ ଦାସ, ଅଜୟ ମହାନ୍ତି ,ସହଦେଵ ସାହୁ , ସୁଶାନ୍ତ କର, ଗୌରାଙ୍ଗ ସାହୁ , ଲଲାଟେନ୍ଦୁ ପରିଡା , ସୁରେନ୍ଦ୍ର ସାହୁ , ପ୍ରତାପ ସ୍ୱାଇଁ , ନିମାନନ୍ଦ ଦାସ, ନରେନ୍ଦ୍ର ସ୍ୱାଇଁ , ଅଶୋକ ସ୍ୱାଇଁ , ଟୁକୁନା କାଣ୍ଡି ଆଦି ସହଯୋଗ କରି ଏହି ବୈଠକର ଆୟୋଜନ କରିଥିଲେ ।


