ବିଜେପି ମଣ୍ଡଳର ଯୁବମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଚାରି ଗୋଟି ମଣ୍ଡଳ ପାଇଁ ବିଜେପି  ଯୁବମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା ହୋଇଛି। ଭାରତୀୟ ଜନତା ପାଟିର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରୁଦ୍ର ପ୍ରସାଦ ବେହେରା ଜିଲ୍ଲର ୪୫ଟି ମଣ୍ଡଳର ସଭାପତିଙ୍କ ନାମ ଘୋଷଣା କରିଥିବା ବେଳେ

ହାଟଡିହି ମଣ୍ଡଳର ଯୁବ ମୋର୍ଚ୍ଚା ସଭାପତି ଭାବେ ରୁଦ୍ର ପ୍ରସାଦ ଜେନା, ବଞ୍ଚୋ ମଣ୍ଡଳର ଯୁବ ମୋର୍ଚ୍ଚା ସଭାପତି ଭାବେ ଶାନ୍ତନୁ ଖୁଣ୍ଟିଆ, ବାଲି ବରେଇ ମଣ୍ଡଳର ଯୁବ ମୋର୍ଚ୍ଚା ସଭାପତି ଭାବେ ଉଜ୍ଜଳ କୁମାର ବେହେରା, ଶାଳନିଆଁ ମଣ୍ଡଳର ଯୁବ ମୋର୍ଚ୍ଚା ସଭାପତି ଭାବେ ଅବିନାଶ ସେନାପତିଙ୍କୁ ମନୋନୀତ କରାଯାଇଛି। ହାଟଡିହି ବ୍ଲକ ଅଞ୍ଚଳରେ ଯୁବ ସଂଗଠନ କୁ ସୁଦୃଢ କରିବା ତାଙ୍କୁ ଦିଆଯାଇଥିବା ଦାୟିତ୍ୱକୁ ସୁଚାରୁରୂପେ ନିର୍ବାହ କରିବେ ବୋଲି ନବ ନିଯୁକ୍ତ ସଭାପତି ମାନେ ମତବ୍ୟକ୍ତ କରିଛନ୍ତି। ବିଜେପି ନେତା ଆଲୋକ ସେଠୀ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଯୁଧିଷ୍ଠିର ମଲ୍ଲିକ, ହରମୋହନ ଶାସିନୀ, ମିନତୀ ମହାପାତ୍ର, ଦିପ୍ତିମୟୀ ଖୁଣ୍ଟିଆ, ତୃପ୍ତିମୟୀ ଜେନା, ସୁଶାନ୍ତ କୁମାର ଜେନା, ସୁନୀଲ ନାୟକ ପ୍ରମୁଖ ନବ ନିଯୁକ୍ତ ଯୁବ ମୋର୍ଚ୍ଚା ସଭାପତି ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ