ଦେବୋତ୍ତର କମିଶନରଙ୍କ ଶ୍ରୀବଳଦେବଜୀଉ ମନ୍ଦିର ପରିଦର୍ଶନ

କେନ୍ଦ୍ରାପଡ଼ା, (ଓ୍ବାଇଏନ,ସ):ରାଜ୍ୟ ଦେବୋତ୍ତର କମିଶନର ସତ୍ୟନାରାୟଣ ଷଢଙ୍ଗୀ ଆଜି କେନ୍ଦ୍ରାପଡା ତୁଳସୀ କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀୟୁଙ୍କ ମନ୍ଦିର ପରିଦର୍ଶନ କରି ଶ୍ରୀ ଜୀୟୁଙ୍କ ପଟି ଠାକୁର ପତିତପାବନଜୀଉଙ୍କୁ ଦର୍ଶନ କରିଛନ୍ତି। ଏଥିସହିତ ସେ ମହାଲକ୍ଷ୍ମୀ ମନ୍ଦିର, ନବଗ୍ରହ ମନ୍ଦିର ଓ ମନ୍ଦିର ବେଢାରେ ଥିବା ବିଭିନ୍ନ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ଏହାପରେ ମନ୍ଦିର ଭଣ୍ଡାର ଘରକୁ ଯାଇ ଭଣ୍ଡାରର ସମସ୍ତ ବିଷୟ ଉପରେ ଆଲୋଚନା କରିଥିଲେ। ରଥ ଖଳାରେ ରଥ ନିର୍ମାଣ ଦେଖିବା ସହ ମୁଖ୍ୟ ମହାରଣାଙ୍କ ସହ ରଥ ନିର୍ମାଣ ସମ୍ପର୍କରେ ଆଲୋଚନା କରି ସଠିକ ସମୟରେ ରଥ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ଯାତ୍ରୀ ନିବାସ ସଭାଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ଟ୍ରଷ୍ଟ ବୋର୍ଡ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଟ୍ରଷ୍ଟ ବୋର୍ଡ ସଭ୍ୟ ପଣ୍ଡିତ ହୃଶୀକେଷ ରଥ, ପୂର୍ବତନ ପୌରାଧ୍ୟକ୍ଷ ଧିରେନ କୁମାର ସାହୁ, ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ, ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, କେନ୍ଦ୍ରାପଡାର ଦେବୋତ୍ତର ଇନିସପେକ୍ଟର୍ ହରପ୍ରିୟା ଜେନା ଓ ରଘୁନାଥ ମହାରଣା, କମିଶନର କାର୍ଯ୍ୟାଳୟର ମୁଖ୍ୟ ସହାୟକ ଜ୍ୟୋତିରଞ୍ଜନ ମହାନ୍ତି, ଟୁକୁ ପତ୍ରୀଙ୍କ ଉପସ୍ଥିତିରେ ଦେବୋତ୍ତର ସଂସ୍ଥାର ଆୟ, ବ୍ୟୟ, ଭୂସମ୍ପତ୍ତିର ବିବରଣୀ, ଆର୍ଥୀକ ସ୍ଥିତି ଏବଂ ରଥଯାତ୍ରାର ପରିଚାଳନା ସହ ସମସ୍ତ ନୀତିକାନ୍ତି ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରିଥିଲେ। ଏଥିରେ ମହାଜନ ପାଣିଗ୍ରାହୀ (ବିଜେପଣ୍ଡା) ସେବାୟତ ମାନଗୋବିନ୍ଦ କର, ଅନନ୍ତ ଚରଣ କର, ଗୋପାଳକୃଷ୍ଣ କର, ନୃସିଂହ ମହାପାତ୍ର ଓ ରବିନ୍ଦ୍ର କର ପ୍ରମୁଖ କମିଶନର ଶ୍ରୀ ଷଢଙ୍ଗୀଙ୍କୁ ସାକ୍ଷାତ କରି ରଥଯାତ୍ରା ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଶେଷରେ ଶୃଙ୍ଖଳିତ ରଥଯାତ୍ରା ନିମନ୍ତେ କମିଶନର ସମସ୍ତ ସେବାୟତଙ୍କ ସହଯୋଗ କାମନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ