ଦୁଇ ବାଲି ବୋଝେଇ ଟ୍ରାକ୍ଟର ଜବତ
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ପୋଲିସ ମଙ୍ଗରାଜପୁର ନିକଟରେ ଚଢ଼ାଉ କରି ବେଆଇନ ଭାବେ ବାଲି ପରିବହନ କରୁଥିବା ୨ଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଛି। ଟ୍ରାକ୍ଟର ଦୁଇଟି ବାଲି ବୋଝେଇ କରି ଯାଉଥିବା ବେଳେ ପୋଲିସ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ବାଲି ପରିବହନ ସମ୍ବନ୍ଧୀୟ କୌଣସି କାଗଜପତ୍ର ଡ୍ରାଇଭର ଦେଖାଇ ପାରିନଥିଲେ। ଫଳରେ ବାଲି ବୋଝେଇ ଟ୍ରାକ୍ଟର ଦୁଇଟିକୁ ଜବତ କରାଯାଇଥିବା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି। ଏଥିସହ ୨୮୪ ଏବଂ ୨୮୫/୨୦୨୬ ରେ ଦୁଇଟି ମାମଲା ପଞ୍ଜିକରଣ ହୋଇଛି ।


