ପ୍ରଧାନ ଶିକ୍ଷୟତ୍ରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

କୋଣାର୍କ (ଓ୍ବାଇଏନଏସ): କୋଣାର୍କ ନିକଟସ୍ଥ ଜୁଣେଇ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଗୀତାଞ୍ଜଳୀ ନାୟକ ସରକାରୀ କର୍ମକ୍ଷେତ୍ରରୁ ଅବସର ଗ୍ରହଣ କରିଛନ୍ତି। ତାଙ୍କ ସମ୍ମାନାର୍ଥେ ଶୁକ୍ରବାର ପୂର୍ବାହ୍ନ ୧୦ ଘଟିକା ସମୟରେ ଅବସରକାଳୀନ ସମ୍ବଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି , ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ , ଜୁଣେଇ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମିଳିତ ସହଯୋଗରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଣାର୍କ ଏନ୍.ଏ.ସି ଅଧ୍ୟକ୍ଷା ସୁଶ୍ରୀ ସଞ୍ଜୁକ୍ତା ତ୍ରିପାଠୀ , ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ବଳବନ୍ତରାୟ ,ପୁରୀ ଜିଲ୍ଲା ପ୍ରାଥମିକ ଶିକ୍ଷକ ୟୁନିଅନ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଶିବଦତ୍ତ ନାୟକ , ପୁରୀ ଜିଲ୍ଲା ପ୍ରାଥମିକ ଶିକ୍ଷକ ୟୁନିଅନ୍ ଉପଦେଷ୍ଟା ଶ୍ରୀଯୁକ୍ତ ସତ୍ୟନାରାୟଣ ସାହୁ , ଗୋପ ଶିକ୍ଷକ ସମନ୍ୱୟ ସମିତି ସଭାପତି ଶ୍ରୀଯୁକ୍ତ ଅଜୟ କୁମାର ରଥ , ଗୋପ ଶିକ୍ଷକ ସମନ୍ୱୟ ସମିତି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର ,  ପୁରୀ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଶ୍ରୀଯୁକ୍ତ ରାମକୃଷ୍ଣ ମହାନ୍ତି , ସାଂସଦ ଙ୍କ ପ୍ରତିନିଧି ମଙ୍ଗରାଜ ମୁଦୁଲି , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଞ୍ଜିତ ରାଉତ୍ରାୟ , ପ୍ରମୁଖ ଯୋଗ ଦେଇଥିଲେ । ଉପସ୍ଥିତ ଅତିଥି ମାନେ ବିଦାୟୀ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ସେବା ଓ ଗୁଣ ଗାନ କରିବା ସହ ଆଗାମୀ ଜୀବନ ସୁଖମୟ ହେଉ ବୋଲି କହିଥିଲେ। ଶେଷରେ ସମସ୍ତେ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । କାର୍ଯ୍ୟକ୍ରମକୁ ଜୁଣେଇ ୟୁପିଏସ୍ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଜୟନ୍ତୀ ବିଶ୍ବାଳ , ସମାଜ ସେବୀ ମନୋଜ ନାୟକ ଙ୍କ ସମେତ କମିଟି ସଭ୍ୟ ମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ