ନ୍ୟାୟ ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ର ଦ୍ୱାରସ୍ଥ ହେଲେ ଦାଦନ ଖଟିବାକୁ ଯାଇ ଆକ୍ରମଣର ଶିକାର ହୋଇଥିବା ଶ୍ରମିକ

ଛତ୍ରପୁର,(ଓ୍ବାଇଏନଏସ) : ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ବାକୁଟ ଗାଁ ର ବସନ୍ତ ପ୍ରଧାନଙ୍କୁ ସେହି ଗ୍ରାମର ଜଣେ ଠିକାଦାର କଟକ ନେଇ ସେଠାରେ କାମ କରାଉଥିବା ବେଳେ ମାଡ଼ ମାରି ଲହୁ ଲୁହାଣ କରିଦେଇଥିବା ଅଭିଯୋଗ ହୋଇଛି l ଏହା ସହ ତାଙ୍କ କାମର ପାଉଣା ମଧ୍ୟ ପ୍ରଦାନ କରାଯାଉନଥିବାରୁ ସେ ବାଧ୍ୟ ହୋଇ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି l ଏନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଭେଟି ଗୁହାରି କରିଛନ୍ତି l ବସନ୍ତ ଙ୍କୁ ତାଙ୍କ ନିଜ ଗ୍ରାମର ଜଣେ ଠିକାଦାର କାର୍ଯ୍ୟ କରିବାକୁ କଟକ ନେଇଥିବା ବେଳେ କିଛି ସହଯୋଗୀ ଙ୍କ ସହ ମିଶି ତାଙ୍କୁ ଲୁହା ରଡ଼ରେ ଆକ୍ରମଣ କରିଥିଲେ l ଏହା ସହ ତାଙ୍କ କାର୍ଯ୍ୟର ପାଉଣା ମଧ୍ୟ ପ୍ରଦାନ କରିନଥିଲେ l ଏନେଇ ସେ ପ୍ରଥମେ କଟକ ଥାନା ଓ ପରେ ଭେଜିପୁଟ ଫାଣ୍ଡିରେ ଅଭିଯୋଗ କରିଥିଲେ l ଏବେ ତାଙ୍କୁ ତାଙ୍କ ପାଉଣା ପ୍ରଦାନ କରିବା ସହିତ ଦୋଷିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଇଏନଟିୟୁସି ଶ୍ରମିକ ସଂଗଠନ ସହାର୍ଯ୍ୟରେ ନିଜ ପରିବାର ସହ ଆସି ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଗୁହାରି କରିଛନ୍ତି l ଅନ୍ୟପଟେ ତାଙ୍କ ଅଭିଯୋଗ କୁ ଗ୍ରହଣ କରି ତାଙ୍କ ଅଭିଯୋଗ କୁ ଉପରିସ୍ଥ ଅଧିକାରୀଙ୍କୁ ପଠାଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରିଣୀ ବର୍ଷା ରାଣୀ ଜେନା କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ