ଗଞ୍ଜେଇ ଚୋରାଚାଲାଣ ବେଳେ ଜବତ, 3 ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବାବେଳେ ଅଡବା ପୋଲିସ ଦ୍ୱାରା ଦୁଇଟି ପୃଥକ ସ୍ଥାନରେ ପୋଲିସ ଚଢଉ କରି 45 କେଜି ଗଞ୍ଜେଇକୁ ଜବତ କରିଛନ୍ତି. ଏହି ଘଟଣାରେ ପୋଲିସ ଚୋରାଚାଲାଣରେ ବ୍ୟବହୃତ 2 ଗୋଟି ମୋଟର ସାଇକେଲକୁ ଜବତ କରିବା ସହ 3 ଜଣକୁ ଗିରଫ କରିଛନ୍ତି. ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳର ଦୁଇଟି ସ୍ଥାନରେ ଚଢ଼ାଉ କରି ୪୫ କିଲୋ ଗଞ୍ଜେଇ ଜବତ କରିଛି ପୁଲିସ । ଏହି ଗଞ୍ଜେଇ ଜବତ ଘଟଣାରେ ୩ ଜଣକୁ ଗିରଫ କରାଯାଇଛି । ସେମାନେ ହେଲେ ବୁଢାଗାଁର କମଳ ମାଝୀ (୩୫), ବସନ୍ତ ମାଝୀ (୨୮) ଓ ଫାଉସ୍ଟିନ ମଲ୍ଲିକ (୩୫) ବୋଲି ଥାନା ଅଧୂକାରୀ ସନ୍ତୋଷ ବିଷୋୟୀ କହିଛନ୍ତି। ପୁଲିସ ସୂତ୍ରରୁ ମିଳିଥିଲା ସୂଚନା ପ୍ରକାରେ ଗତକାଲି ଅଡବା ଥାନା ପୁଲିସ ପକ୍ଷରୁ ଜାଙ୍ଗୁଡ଼ି ଗାଁ ନିକଟରେ ପେଟ୍ରୋଲିଂ ଚାଲିଥିଲା. ଏହି ସମୟରେ ଏକ ବାଇକ (ଓଡି ୦୭ ଭି ୯୨୯୯) ରେ ଜଣେ ଯୁବକ ଗୋଟିଏ ଜରି ବସ୍ତା ନେଇ ଯାଉଥିବା ବେଳେ ସନ୍ଦେହରେ ଯାଞ୍ଚ କରିଥିଲା ପୁଲିସ । ଯାଞ୍ଚ ପରେ ବୁଢାଗାଁର କମଳ ୨୨ କିଲୋ ଗଞ୍ଜେଇ ଚୋରାଚାଲାଣ କରୁଥିବା ଜଣାପଡିଥିଲା । ସେହିପରି ଖାରୀଗୁଡା ଗ୍ରାମ ନିକଟରେ ଅନ୍ୟ ଏକ ପୁଲିସ ଟିମ ପେଟ୍ରୋଲିଂ କରୁଥିଲେ I ଏହି ସମୟରେ ଦୁଇ ଜଣ ଯୁବକ ଗୋଟିଏ ବାଇକ ( ଓଡି ୦୭ଏବି ୨୮୬୮) ରେ ଗୋଟିଏ ଜରି ବସ୍ତା ନେଇ ଯାଉଥିଲେ। ସନ୍ଦେହରେ ପୁଲିସ ଯାଞ୍ଚ କରିବା ପରେ ଏଥିରେ ୨୩ କିଲୋ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା I ଉଭୟ ଘଟଣାରେ ପୁଲିସ ଦୁଇଟି ପୃଥବ ପୃଥକ ମାମଲା ରୁଜୁ କରି ଗଞ୍ଜେଇ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଥାନା ଅଧୂକାରୀ ସନ୍ତୋଷ ବିଷୋୟୀ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ