ନବନିର୍ବାଚିତ ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତିଙ୍କୁ ସମ୍ବର୍ଦ୍ଧନା

ହାଟଡିହି  (ଓ୍ବାଇଏନଏସ):  ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ନବ ନିଯୁକ୍ତ ବିଜେପି ମଣ୍ଡଳ ଯୁବମୋର୍ଚ୍ଚା ସଭାପତିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ହାଟଡିହି ବିଜେପି କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ଉପ ସଭାପତି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବିଜେପି ନେତ୍ରୀ ମିନତୀ ମହାପାତ୍ର, ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ଅବିନାଶ ସେଠୀ, ଆତ୍ମନିର୍ଭର ଭାରତର ସଂଯୋଜକ ଦିଲ୍ଲୀପ କୁମାର ବେଜ,  ପ୍ରମୁଖ ଯୋଗଦେଇ ନବ ନିଯୁକ୍ତ ବିଜେପି ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ରୁଦ୍ର ପ୍ରସାଦ ଜେନା, ଧବଳେଶ୍ୱର ସାହୁ, ଉଜ୍ୱଳ କୁମାର ବେହେରା, ସୁରତ ଜେନା, ତନ୍ମୟ କୁମାର ସାହୁ, ଅବିନାଶ ସେନାପତି, ଶାନ୍ତନୁ ଖୁଣ୍ଟିଆ, ମଳୟ ରଞ୍ଜନ ଆୟଚ ପ୍ରମୁଖଙ୍କୁ  ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଥିଲେ। ଆଗାମୀ ଦିନରେ କିପରି ଯୁବ ଶକ୍ତିକୁ ସୁସଂଗଠିତ  କରାଯିବ ତାହା ଉପରେ ନବ ନିଯୁକ୍ତ ସଭାପତି ମାନେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଏଥିରେ ବିଜେପି ନେତା ଚତୁର୍ଭୁଜ ସ୍ୱାଇଁ, ସୁଶାନ୍ତ ଜେନା, ଭୀମସେନ ପେରେଇ, ସୌରଭ କୁମାର ରାଉତ, ଭବାନୀ ଶଙ୍କର ନାୟକ, ରୁଦ୍ର ପ୍ରସାଦ ନାୟକ, ଦୀପକ କୁମାର ଜେନା, ଅନାଦି ବେହେରା, ଅମ୍ଲାନ କେଶରୀ ନାୟକ, ସୁରେନ୍ଦ୍ର ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ