ପିଏମଶ୍ରୀ ନୋଡାଲ ହାଇସ୍କୁଲରେ ତମ ବନ ମହୋତ୍ସବ

ଚିକିଟି(ଦୀପ୍ତି ରଞ୍ଜନ ପାଢ଼ୀ ): ଚିକିଟି ପେଣ୍ଠ ପି ଏମ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ 77 ତମ ବନ ମହୋତ୍ସବ ପାଳନ କରି ସବୁଜ ବନାନୀ ସୃଷ୍ଟି ପାଇଁ ଆହ୍ୱାନ ଦିଆଯାଇଛି.ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଦୀପା କୁମାରୀ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଯିବଜଗତ ରୁ ଧ୍ୱଂସ ପ୍ରାୟ ଜଙ୍ଗଲ ର ପୁନଃ ସୃଷ୍ଟି ଲକ୍ଷ ରେ ଆଗେଇ ଯିବା କୁ ପରାମର୍ଶ ଦେଇ ଅମ୍ଳଜାନ ପ୍ରସ୍ତୁତି ରେ ଏହା ସହାୟତା କରିବ ବୋଲି ପ୍ରକାଶ କରିଥିଲେ.ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ସୋରେନ,ଗୋଷ୍ଠୀ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ,ସି ଆର ସି ସି ମିନତୀ କୁମାରୀ ପାଠି, ବ୍ୟାଡ଼ ମିଣ୍ଟନ କୋଚ ସନ୍ଦୀପ ନାୟକ,ପରିଚାଳନା କମିଟି ସଭାପତି  ରବୀନ୍ଦ୍ର ବାଡ଼ତ୍ୟା,ପ୍ରଧାନ ଶିକ୍ଷକ ରବୀନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ସାମ୍ପ୍ରତିକ ସ୍ଥିତି ରେ ଚାରା ରୋପଣ ର ଆବଶ୍ୟକତା ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ.ପ୍ରକୃତିବନ୍ଧୁ ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ ମଞ୍ଚ ପରିଚାଳନା କରି ଚାରା ରୋପଣ ଓ ତାର ସୁରକ୍ଷା ଉପରେ ନିଜ ଅଭିଜ୍ଞତା ବଖାଣି ଥିଲେ.ଏ ଅବସରରେ ଫୋରେଷ୍ଟର କାମନା ଭୂୟାଁ ଓ ତାଙ୍କ ଟିମ ଉପସ୍ଥିତ ରେ ଅତିଥି ମାନେ ବିଦ୍ୟାଳୟ ହତା ଓ ଇଣ୍ଡୋର ଷ୍ଟାଡିୟମ ରେ ବିଭିନ୍ନ ପ୍ରକାର ର ଚାରା ରୋପଣ କରିଥିଲେ.ଇକୋ କ୍ଲବ ସଦସ୍ୟ ନିରୁପମା ପାଢ଼ୀ,ସ୍କାଉଟ ମାଷ୍ଟର ବିଭୁ ପ୍ରସାଦ ରଇତ ପ୍ରମୁଖ କାର୍ଯ୍ୟକ୍ରମ ରେ ନିଜ ଟିମ ସହ ସହଯୋଗ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ