ବନ୍ଧକ ସୁନା ଲାଗି ହତ୍ୟା ଘଟଣା : ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ତାରିଖରେ ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ ଆକ୍ରମଣ ଶିକାର ହୋଇଥିବା ବିଶ୍ୱନାଥ ଓଝାଙ୍କ ମୃତ୍ୟୁ ଘଟଣାରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି l ଘଟଣାକୁ ୧୨ ଦିନ ବିତି ଯାଇଥିଲେ ମଧ୍ୟ  ଅନ୍ୟ ଅଭିଯୁକ୍ତ ରବି ଜେନା, ରମେଶ ଜେନା, ବ୍ରହ୍ମାନନ୍ଦ ଜେନା, ଚଗୁଲୁ ପହି ପ୍ରମୁଖ ଆହୁରି ୪ ଜଣ ଅଭିଯୁକ୍ତ ଅଦ୍ୟାବଧି ଗିରଫ କରିବାରେ ପୋଲିସ ବିଫଳ ହୋଇଛି l ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ମୃତ ବିଶ୍ୱନାଥଙ୍କ ସ୍ତ୍ରୀ କାଞ୍ଚନ ନିବେଦନ କରିଛନ୍ତି l ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି ଯେ ଫେରାର ଥିବା ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଖୋଜା ଚାଲିଛି l ସୂଚନା ଯୋଗ୍ୟ, ମୃତ ବିଶ୍ୱନାଥଙ୍କ ସ୍ତ୍ରୀ କାଞ୍ଚନଙ୍କ ଅଭିଯୋଗ କ୍ରମେ ପୋଲିସ କେସ ନଂ ୨୭୧/୨୦୨୬ ରେ ଏକ ମାମଲା ପଞ୍ଜିକରଣ କରିଥିଲା l ଉକ୍ତ ଘଟଣାରେ ସମ୍ପୃକ୍ତ ତିନି ଅଭିଯୁକ୍ତ ସ୍ୱାମୀ ହରେକୃଷ୍ଣ ପହି,ସ୍ତ୍ରୀ ରମାମଣି ପହି ଏବଂ ପୁଅ ପ୍ରଦୀପ ପହିଙ୍କୁ ପୋଲିସ ଗିରଫ କରିଥିଲା l ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗ୍ରାମବାସୀ ମାନେ ରାସ୍ତା ରୋକ କରିଥିଲେ l ପରେ ବିଧାୟକ, ଏସ୍ଡ଼ିପିଓ ଏବଂ ଥାନାଧିକାରୀଙ୍କ ହସ୍ତକ୍ଷେପ ପରେ ରାସ୍ତା ରୋକ ହଟିଥିଲା l ଏଥିସହ ଲୋକଙ୍କ ଅଭିଯୋଗ ଆଧାରରେ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଭିଯୁକ୍ତଙ୍କ ଘର ତାଲା ଭାଙ୍ଗି ଅଭିଯୁକ୍ତଙ୍କୁ ଖୋଜା ଯାଇଥିଲା l କିନ୍ତୁ ଘର ଭିତରେ କେହି ନଥିଲେ l ଘଟଣା ଘଟିବା ଦିନରୁ ଅଭିଯୁକ୍ତ ମାନେ ଗାଁ ଛାଡି ଫେରାର ହୋଇ ଯାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ